ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପାଇଁ ଉଦାହରଣ ସାଜିଲେ – ବିଧାୟିକା ମୀନାକ୍ଷୀ ମହାନ୍ତ

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ କୁ ସରସ ସୁନ୍ଦର କରିବାରେ ଲାଗିପଡିଛନ୍ତି ବିଧାୟିକା । ତେବେ ସରକାର ଙ୍କ ଯୋଜନା ଅନ୍ତର୍ଭୁକ୍ତ ବିଭିନ୍ନ ସ୍ଥାନର ଲୋକ ହିତକର କାର୍ଯ୍ୟ କରି ଲୋକପ୍ରିୟତା ତଥା ପ୍ରଶଂସା ର ପାତ୍ର ହୋଇପାରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ସାମିଲ ହୋଇଥିବା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ଗ୍ରାମ ପଞ୍ଚାୟତର ଗିରିଧାରୀ ପୁର ଗ୍ରାମରେ ଥିବା ଓଁ ଶ୍ରୀ ଶ୍ରୀ ନାଗେଶ୍ବର ବାବା ମନ୍ଦିରର ଉନ୍ନତୀକରଣ,

ଜାମୁଦଲକ ପଞ୍ଚାୟତର ଜାମୁଦଲକ ଗ୍ରାମରେ ଏକ ନୂତନ ସଂକୀର୍ତ୍ତନ ମଣ୍ଡପ ନିର୍ମାଣ କରିବା ର ଯୋଜନା ହେବା ସହ କଦୋଗାଡିଆ ପଞ୍ଚାୟତର ଚିମିଳା ଗ୍ରାମରେ ଏକ ନୂତନ ସଂକୀର୍ତ୍ତନ ମଣ୍ଡପ ନିର୍ମାଣ ଏବଂ ରଜିଆ ପଞ୍ଚାୟତ ର ମହେଶ୍ବର ପୁର ଶିବ ମନ୍ଦିରର ଉନ୍ନତୀକରଣ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି

ଏତଦ୍ ବ୍ୟତୀତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ନିର୍ମିତ ଚମ୍ପୁଆ SDHରେ ଏକ ଫିଜିକୋଥେରୋପି ୟୁନିଟ୍ ର ଶୁଭ ଉଦ୍ଘାଟନ କରି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବା ପାଇଁ ଯାଉଛନ୍ତି ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ।

ଉକ୍ତ କାର୍ଯ୍ୟକ୍ରମରେ ଚମ୍ପୁଆ ବିଜୁ ଜନତା ଦଳର ବ୍ଲକ ସଭାପତି ଅଶୋକ ମହାନ୍ତ ଏବଂ ସ୍ଥାନୀୟ ସରପଞ୍ଚ ମାନଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ରୋହି ସମସ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କଲେ ।

Exit mobile version