ଗଜପତି ଜିଲ୍ଲାରେ କମୁନି ଦାଦନ ଦୁଃଖ : ଗୁଜୁରାଟରେ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ – ତାବରଡା ଯୁବକ ଅବିନାଶ ଛିଞ୍ଚାଣି

ପରିବାର ଲୋକେ ମୃତ୍ୟୁ ଦେହକୁ ପରିବାର ଲୋକେ ନିଜଖର୍ଚରେ ଆଣିଥିଲେ । ଏହି ଖବର ସ୍ଥାନୀୟ ବିଡିଓ ଲୋକନାଥ ଶବର ପାଇବା ପରେ ତାବରଡା ଗ୍ରାମ ପହଞ୍ଚି ମୃତ୍ୟୁ ପରିବାରକୁ ଶାନ୍ତନା ଦେବା ସହ ମୃତ୍ୟୁ ଶବକୁ ଯାହାଖର୍ଚ ଜିଲ୍ଲାପ୍ରଶାସନ ସମସ୍ତ ଖର୍ଚ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଗଜପତି ଜିଲ୍ଲା ନୁଆଗଡ ବ୍ଳକର ତାବରଡା ଗ୍ରାମର : ଅବିନାଶ ଛିଞ୍ଚାଣି

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗୁଜୁରାଟରେ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଞ୍ଚିବାର କେତେ ସ୍ବପ୍ନ ନେଇ ଗୁଜୁରାଟକୁ ଯାଇଥିବା ଯୁବକ ଜଣକ ଭିଟାମାଟିକୁ ଫେରୁଛି ଶବ ହୋଇ । ଗଜପତି ଜିଲ୍ଲା ନୁଆଗଡ ବ୍ଳକର ତାବରଡା ଗ୍ରାମର ମିହିରଲାଲ ଛିଞ୍ଚାଣିଙ୍କ ବଡ ପୁଅ ଅବିନାଶ ଛିଞ୍ଚାଣି ପରିବାର ଆର୍ଥିକ ଅବସ୍ଥାକୁ ଦେଖି ଗୁଜୁରାଟ ଦାଦନ ଖଟିବାକୁ ଯାଇଥିଲେ । ଗରିବ ବାପା ମାଆ ପୁଅକୁ ଆଶା ଭରଷା କରିଥିଲେ ପୁଅ କାମ କରି କିଛି ରୋଜଗାର କରିବା ସହ ଟଙ୍କା ସଂଚୟ କରି ଘରକୁ ଟଙ୍କା ପଠେଇବେ । ବାପାମାଆଙ୍କ ସେହି ଅଧୁରା ସପ୍ନ, ସପ୍ନ ହୋଇ ରହିଗଲା । ବତ୍ତମାନ ଶୋକର ଛାୟା ଖେଳିଯାଉଛି ।

ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କ ମୃତ୍ୟୁ ଖବର ଶୁଣିଲା ପରେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କିଛିଦିନ ତଳେ ଅବିନାଶ ଛିଞ୍ଚାଣିଙ୍କୁ ଜ୍ଜର ହେବାରୁ ସେଠାକର ଏକ ଘରୋଇ ହସିଟାଲରେ ଭତ୍ତି କହିବା ଅନୁଯାୟୀ ଅବିନାଶ ଛିଞ୍ଚାଣି ଡେଙ୍ଗୁ ରୋଗରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ଦିନ ଅବିନାଶ ଛିଞ୍ଚାଣିଙ୍କ ମୃତ୍ୟୁ ହୋଇଛି । ନିଜ ଜନ୍ନ ମାଟିକୁ ଶବ ଆଣିବା ପାଇଁ ସେଠାରେ କୌଣସି ସହାୟତା ମିଳି ନଥିବାରୁ ଆମ୍ବୁଲାନସ ଭଡା ବାବଦ କୁ ବାପା ଧାର କରଜ କରି ପୁଅଙ୍କ ଶବ ଗୁଜୁରାଟରୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି ।

ତେବେ ପରିବାରର ରୋଜଗାରକ୍ଷମ ପୁଅ ଚାଲିଯାଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ, ବୃଦ୍ଧିଜୀବୀ ଓ ସମାଜସେବୀଙ୍କ ପକ୍ଷରୁ ଦାବି ହେଉଛି । ସେଷରେ ପରିବାର ଲୋକେ ମୃତ୍ୟୁ ଦେହକୁ ପରିବାର ଲୋକେ ନିଜଖର୍ଚରେ ଆଣିଥିଲେ । ଏହି ଖବର ସ୍ଥାନୀୟ ବିଡିଓ ଲୋକନାଥ ଶବର ପାଇବା ପରେ ତାବରଡା ଗ୍ରାମ ପହଞ୍ଚି ମୃତ୍ୟୁ ପରିବାରକୁ ଶାନ୍ତନା ଦେବା ସହ ମୃତ୍ୟୁ ଶବକୁ ଯାହାଖର୍ଚ ଜିଲ୍ଲାପ୍ରଶାସନ ସମସ୍ତ ଖର୍ଚ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଗ୍ରାମକୁ ଅଭିନାଶ ମୃତ୍ୟୁ ଦେହ ପହଞ୍ଚିବା ଗ୍ରାମରେ ଶୋକକୂଳ ଖେଳି ଯାଉଛି ।

Exit mobile version