
ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ – ସୋନାଲି (୦୨ ଜୁଲାଇ ଗୁରୁବାର ) ପୁରୀ :- ପ୍ରତି ବର୍ଷ ଆଷାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀ ଧାମରେ ଆଜି ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ରଥ ଉପରେ ସୁନାବେଶ ବେଶ ହୋଇଥାଏ । ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସ୍ଵର୍ଣ୍ଣାଳଙ୍କାର ଅଣାଯାଇ ଶ୍ରୀଜିଉଙ୍କୁ ସଜ୍ଜିତ କରାଯାଇଥାଏ ।
ସେବାୟତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କୁ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କୁ ଦର୍ପଦଳନରେ ସୁନାବେଶ କରାଇ ଥାଆନ୍ତି । ଗୁରୁବାର ଅପରାହ୍ନ ୪ଟାରୁ ଏହି ସୁନାବେଶ ପ୍ରସ୍ତୁତି ଆରମ୍ଭ ହୋଇ ସଂଧ୍ୟା ୬ଟା ପାଖାପାଖି ସଂପୂର୍ଣ୍ଣ ହୋଇଛି । ତିନି ରଥରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସୁନାବେଶରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
ରଥ ଉପରେ ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ କୋଟି କୋଟି ଭକ୍ତ ଅପେକ୍ଷା କରିଥାନ୍ତି। କାରଣ ଶ୍ରୀଜିଉଙ୍କର ଏହି ମନଲୋଭା ବେଶ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପରେ ରଥାରୂଢ଼ ଶ୍ରୀଜିଉ ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ । ଚଳିତ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେଉଥିବାରୁ ଏଥିପୂର୍ବରୁ ମଧ୍ୟ ସୁନାବେଶ ଅବଧି ସମାପ୍ତ ହୋଇପାରେ ।
ଶ୍ରୀଜିଉମାନଙ୍କୁ ପ୍ରାୟ ୨୦୦ କିଲୋ ସୁନା ଅଳଙ୍କାରରେ ଅଳଙ୍କୃତ କରାଯାଉଛି । ରଥ ଉପରେ ବର୍ଷକରେ ଥରଟିଏ ସୁନାବେଶ କରାଯାଉ ଥିବାରୁ ଏହାର ଭିନ୍ନ ଗୁରୁତ୍ୱ ରହୁଛି । ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ କୋଟି କୋଟି ଭକ୍ତ ଅପେକ୍ଷା କରିଥାନ୍ତି ହେଲେ ଚଳିତ ବର୍ଷ ମହାମାରୀ କରୋନା ଭାଇରସ ଯୋଗୁଁ ଲାଗୁ ହୋଇଥିବା କଟକଣା ଲାଗି ଭକ୍ତମାନେ ରଥ ସମ୍ମୁଖକୁ ଯାଇପାରି ନାହାନ୍ତି
