ଓଡ଼ିଶା ଡ଼୍ରାଇଭର ମହାସ°ଘ : ଚିଲିକା ପକ୍ଷରୁ ଡ଼୍ରାଇଭର ଦିବସ ପାଳିତ

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ଚିଲିକା :-> ଶୁକ୍ରବାର ଓଡ଼ିଶା ଡ଼୍ରାଇଭର ମହାସ°ଘ , ଚିଲିକା ପକ୍ଷରୁ ଡ଼୍ରାଇଭର ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସଭାପତି ସନ୍ତୋଷ କୁମାର ବେହେରାଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ°ପାଦକ ପ୍ରଦୀପ କୁମାର ଶତପଥୀ ଓ ଉପସଭାପତି ସରୋଜ କୁମାର ତରାଇଙ୍କ ସହିତ ୫ ଶହରୁ ଉର୍ଦ୍ଧ୍ବ ସଭ୍ୟ ଉପସ୍ଥିତ ରହିଥିଲେ।

ଏଥିରେ ସଡ଼କ ସୁରକ୍ଷା ସହିତ ଡ଼୍ରାଇଭର ନିରାପତ୍ତା ରକ୍ଷା ଉପରେ ବିଭିନ୍ନ ଆଲୋଚନା ହୋଇଥିଲା। ଏହି ଅବସରରେ କେକ କଟାଯାଇଥିଲା। । ଶେଷରେ ଏକ ମୋଟର ସାଇକେଲ ରାଲିରେ ଧଳା ପତାକା ଧରି ସହର ପରିକ୍ରମା କରିବା ପାଇଁ ସମସ୍ତ ସଭ୍ୟ କର୍ମ କର୍ତ୍ତା ଗ°ଗାଧରପୁର ଅଞ୍ଚଳ, ନାଚୁଣୀ ବଜାର ହୋଇ ନିକଟସ୍ଥ ଦିକ୍ଷୀତ ପଡା ସ୍ଥିତ ମା ଶୁଳିଆ ଦେଵୀଙ୍କ ମନ୍ଦିର ରେ ପହଞ୍ଚି ସମସ୍ତ ଙ୍କ ମଙ୍ଗଳ କାମନା କରି ପୂଜା ଅର୍ଚ୍ଚନା କରିଥିଲେ।

Exit mobile version