୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବାଲୁଗାଁ ଶାଖା ଜୀବନ ବୀମା ନିଗମ ତରଫରୁ ବୀମା ସପ୍ତାହ ଦିବସ ପାଳନ ହୋଇଛି। ସେପ୍ଟେମ୍ବର ମାସ ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ସମଗ୍ର ଭାରତ ବର୍ଷରେ ଶାଖା କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟାଳୟରେ ପାଳିତ ହେଉଛି। ଆଜିର ବୀମା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଆଇଡିଆଇବି ବ୍ୟାଙ୍କର ଶାଖା ପରିଚାଳକ ଦେବଦୁତ ବେହେରା, ବରିଷ୍ଠ ଶାଖା ପ୍ରବନ୍ଧକ ଉମାକାନ୍ତ ଉଦଗାତା, ଶାଖା ପରିଚାଳକ ପ୍ରିୟରଞ୍ଜନ ବେହେରା,
ସମସ୍ତ କର୍ମଚାରୀ, ଅଭିକର୍ତ୍ତା, ପଲିସ ହୋଲଡର ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା, ନିଗମ ଗୀତ ଗାନ କରାଯାଇଥିଲା,ତାପରେ କେକ୍ କଟାଯାଇଥିଲା, ବକ୍ତବ୍ୟ ରେ ଏଲଆଇସି ୧୯୫୬ ମସିହାରେ ଆରମ୍ଭ ହୋଇ ଦୀର୍ଘ ୬୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଆସୁଛି , ଆଗାମୀ ଦିନରେ ଏଲଆଇସି ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବିପ୍ଲବ ଆଣି ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି,
