ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ ତମ ପ୍ରତିଷ୍ଠା ଉତ୍ସବ

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ଠାରେ ଥିବା ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ ତମ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହ ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି , କଟକ ସଦର ଉପ ଜିଲ୍ଲାପାଳ ତଥା ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି କମଲଜିତ୍ ଦାଶ ମୁଖ୍ୟବକ୍ତା , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ସ୍ୱାଧୀନଚେତା ମହାନ୍ତି, ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର, ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଫୁଲନଖରା ଅଞ୍ଚଳରେ ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହ ସଂସ୍କାରୀ ହେବା ଦିଗରେ ଅଧ୍ୟକ୍ଷା ଏବଂ ଅନ୍ୟ ଅଧ୍ୟାପିକା ମାନଙ୍କର ପ୍ରଚେଷ୍ଟା ଯୋଗୁଁ ଏହି ବିଦ୍ୟାଳୟର ସୁନାମ ରହିଛି । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଲକ୍ଷେଶ୍ୱର ମହିଳା ଉଚ୍ଚ ମଧ୍ୟମିକ ବିଦ୍ୟାଳୟ, ବର୍ତ୍ତମାନ ଯେଉଁଠାରେ ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଆସୁଛି କାର୍ଯ୍ୟ କରୁଛି, ସେହି ଜମିଟି ଏପର୍ଯ୍ୟନ୍ତ ବିଦ୍ୟାଳୟ ନାମରେ ନଥିବାରୁ ସରକାରଙ୍କ ଆର୍ଥିକ ଅନୁଦାନରୁ ବଞ୍ଚିତ ହେଉଛି । ଏହି ଜମିଟକୁ ତୁରନ୍ତ ଉକ୍ତ ମହିଳା ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ନାମରେ କରାଯିବା ପାଇଁ ଅଧ୍ୟକ୍ଷା ଯଶୋଧାରା ମହାପାତ୍ର ମୁଖ୍ୟ ଅତିଥି ବିଧାୟକ ଚନ୍ଦ୍ର ସାରଥୀ ବେହେରା ଏବଂ ଉପ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଆୟୋଜିତ ୩୧ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି କେକେ କାଟି ଛାତ୍ରୀ ଏବଂ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ବିଦ୍ୟାଳୟର କୃତୀ ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ସହ ପଦକ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିପ୍ରଚରଣ ଭୋଳ,ଅଧ୍ୟାପିକା ଅନସୂୟା ଆଚାର୍ଯ୍ୟ , ଇତଶ୍ରୀ ମହାନ୍ତି, ରେଣୁପ୍ରିୟା ପଣ୍ଡା ,ଡଃ ପ୍ରଣୟ ବଲ୍ଲରୀ ମହାନ୍ତି, ପ୍ରତିଭା ପଟ୍ଟନାୟକ, ଆଶାଲତା ପ୍ରଧାନ, ଦେବସ୍ମୀତା ମହାପାତ୍ର, ନିରୁପମା ନାୟକ, ହେମନ୍ତ କୁମାର ଦାଶ , ଗୌତମ ଚନ୍ଦ୍ର ଦାସ, ହେମନ୍ତ କୁମାର ଦଳାଇଙ୍କ ସମେତ ସମସ୍ତ ଛାତ୍ରୀମାନେ ସହଯୋଗ କରିଥିଲେ ।

Exit mobile version