ନଦୀମୁଠା ଅଞ୍ଚଳର ଅୁନୁପୁରରେ ବିଜେଡିର ମିଶ୍ରଣ ପର୍ବ

୩୧ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଜପତି :-> ନଦୀମୁଠା ଅଞ୍ଚଳକୁ ଗଜପତିର କଂଗ୍ରେସ ଗଡ଼ କୁହାଯାଉଥିଲା ବେଳେ କଂଗ୍ରେସ ଗଡ଼କୁ ଭାଙ୍ଗୁଛି ବିଜେଡି ସରକାରଙ୍କ ବିକାଶର ଧାରା। ଧୀରେଧୀରେ କଂଗ୍ରେସ ଦଳ ଛାଡ଼ି ବିଜେଡି଼ରେ ସାମିଲ ହେଉଛନ୍ତି ଅନେକ ଗ୍ରାମବାସୀ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ନଦୀମୁଠା ଅଞ୍ଚଳର ଅନୁଗୁର ଗ୍ରାମ ପଞ୍ଚାୟତର ଅନୁପୁର ଗ୍ରାମଠାରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ଅଞ୍ଚଳର ବରିଷ୍ଠ ବିଜେଡି କର୍ମୀ ତଥା ସୁନ୍ଦରଡାଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରେମା ମାଝି, ବ୍ଲକ ବିଜେଡି ସଭାପତି ଯୋହନ ମାଝୀ ଏବଂ ନଦୀମୁଠା ଅଞ୍ଚଳର ବିଜେଡି ଯୁବନେତା ପବିତ୍ର ପ୍ରଧାନଙ୍କ ନେତୃତ୍ବରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସମ୍ମାନିତ ଅତିତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଜି ତିରୁପତି ରାଓ, ଜିଲ୍ଲା ଉପସଭାପତି ଜେମସ ରାଇକା, ମୋହନା ବ୍ଲକ ୯ ନମ୍ବର ଜିଲ୍ଲାପରିଷଦ ଚନ୍ଦ୍ର କୁମାର ମଲ୍ଲିକ,ଏସଡିସି ସଦସ୍ୟ ସେବତୀ ଶବର, ସାଂସଦ ପ୍ରତିନିଧି,ରିଙ୍କୁ ପାଣି,କାଶୀନଗର NAC କାଉନସିଲର କେ ରାମାରାଓ ଓ ସାଂସଦ ପ୍ରତିନିଧି ପି ଭେଙ୍କେଟରାଓ ଙ୍କ ସମେତ ବିଜେଡ଼ିର ଜିଲ୍ଲା ଓ ବ୍ଲକ ସ୍ତରୀୟ ପଦାଧିକାରୀ ଏବଂ ଅଞ୍ଚଳର ବରିଷ୍ଟ କର୍ମୀ ମାନେ ଉପସ୍ଥିତ ଥିଲେ।

ଅତିଥି ମାନଙ୍କୁ ବାଇକ ରାଲି କରି, ଗାଁ ମୁଣ୍ଡରୁ ବାଜା ରୋଷଣୀ, ନାଚ ଗୀତ ଓ ବହୁ ଆଡମ୍ବର ସହକାରେ ମିଶ୍ରଣ ପର୍ବ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସେଠାରେ ଅତିଥି ମାନଙ୍କୁ ଉପଢଙ୍କନ ଦେଇ ସମ୍ମାନିତ କରିଥିଲେ। ପରେ ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ସମସ୍ତ ଗ୍ରାମବାସୀ କଂଗ୍ରେସ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ। ସେମାନଙ୍କୁ ବିଜେଡିର ଜିଲ୍ଲା ଏବଂ ବ୍ଲକ ପଦାଧିକାରୀ ମାନଙ୍କ ଦ୍ବାରା ବିଜେଡି଼ର ଉତ୍ତରୀୟ ଦିଆଯାଇ ସାମିଲ କରାଯାଇଥିଲା। କାର୍ଯ୍ୟକ୍ରମକୁ,ପୂର୍ବତନ ସରପଞ୍ଚ ଜାକୁବ ମାଝି,ସମିତିସଭ୍ୟ ଇନୋଷ,ବିଜେଡି ବରିଷ୍ଟ କର୍ମୀ ମୋଷୀୟା ମାଝି, ଅନୁ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ।

Exit mobile version