ଛତ୍ରପଡ଼ା କଳିଙ୍ଗ କ୍ଲବ ରେ ଆମ ପୋଲିସ କାର୍ଯ୍ୟକ୍ରମ ଵେଗୁନିଆ

ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ସିକୋ :->  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ତରଫରୁ ବୋତଳମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତ୍ରପଡା କଳିଙ୍ଗ କ୍ଲବର  ସଭାପତି ଶ୍ରୀ ସୁନିଲ ସୁନ୍ଦରାୟ ଓ ସମସ୍ତ ସଭ୍ୟ ଏବଂ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ  ସଂପୂର୍ଣ୍ଣ ସହଯୋଗରେ କଳିଙ୍ଗ କ୍ଲବ ଠାରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବେଗୁନିଆ ଥାନା ଅଧିକାରୀ ମାଧବ ଚନ୍ଦ୍ର ବସ୍ତିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥାନା ଆରକ୍ଷୀ ନିରୀକ୍ଷକ ବିଶ୍ବଜିତ ରାଉତରାୟ ମୂଖ୍ୟ ଅତିଥି,୨୪ ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟା ତନୁଜା ପାଟଶାଣୀ ମୂଖ୍ୟବକ୍ତା,

ଥାନା ଉପଅଧିକାରୀ ବିନୋଦଚନ୍ଦ୍ର ପରିଡା,ସ୍ଥାନୀୟ ଅଠରାଙ୍ଗ ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ପବିତ୍ରମୋହନ ପଣ୍ଡା, ବୋତଳମା ପଞ୍ଚାୟତ ର ସରପଞ୍ଚ ପ୍ରମୋଦ କୁମାର ଦଳେଇ,ପୂର୍ବତନ ନାଏବ ସରପଞ୍ଚ ତଥା ଶିକ୍ଷାବିତ ସତ୍ୟବାଦୀ ମହାନ୍ତି ପ୍ରମୂଖ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ ପୋଲିସ ଓ ଜନସାଧାରଣ ମଧ୍ୟରେ କିପରି ସୁସଂପର୍କ ସ୍ଥାପନ କରାଯାଇ ବିଭିନ୍ନ ଥାନା ଜନିତ ମାମଲା ର ଆପୋଷସମାଧାନ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।ଏହାକୁ ଗଡମାଣତୀର ପୋଲିସ ଫାଣ୍ଡି ଅଧିକାରୀ ସରୋଜ ସେନାପତି ପରିଚାଳନା କରିଥିଲେ ।

Exit mobile version