ଦେହ ଭଲ ନ ହେବାରୁ ଚେଙ୍କ ନେଲେ

ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରିପାଢୀ :-> ଗଜପତି ଜିଲ୍ଲା ମୋହନା ବ୍ଲକ ଗୁଲୁବାର ପଞ୍ଚାୟତ ସେନ୍ଧେବା ଗ୍ରାମର ୫୩ ବର୍ଷୀୟ ଜୁନେସ କନ୍ଧ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିଥିଲେ. ଗୁଣିଆ ଉପରେ ଭରସା କରି ଚେର ମୂଳି ଖାଇଥିଲେ.କିନ୍ତୁ ରୋଗ ଭଲ ହେବା ବଦଳରେ ଅଧିକ ବଢ଼ି ଯାଇଥିଲେ.

ଦେହରେ ଚେଙ୍କ ନେଇ ଥିବା ତାଙ୍କ ଶରରୀରେ ଦେଖା ଯାଇଥିଲା.ଜୁନେସଙ୍କୁ ଗାଁ ସରପଞ୍ଚ ମୋହନା ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ. ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଟିବି ହୋଇଥିବା ଜଣା ପଡିଥିଲା. ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମହପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି. ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

Exit mobile version