ଓଡିଶା ସରକାରଙ୍କ୨୫ବର୍ଷ ଶାସନରେ କାମ କମ ପ୍ରଚାର ବେଶି

୩୧ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଓଡ଼ିଶାରେ ସରକାରଙ୍କ ଶାସନ ୨୪ ବର୍ଷ ପୂରି ୨୫ ବର୍ଷର ଶାସନ ଚାଲିଛି. ଦୀର୍ଘ ୨୫ବର୍ଷ ଶାସନ କାଳରେ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ସରକାରଙ୍କ ପ୍ରଚାର ତୁଳନାରେ ସେପରି ବିକାଶ ଓ ଉନ୍ନତି ଘଟି ନଥିବା ଲକ୍ଷ୍ୟ କରାଯାଇଛି. ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରେ ବହୁ ଗ୍ରାମ ରହିଛି କେଉଁ ଗ୍ରାମକୁ ଯିବା ଆସିବା ପାଇଁ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ. ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ବିଜୁଳି ଆଲୋକ ମଧ୍ୟ ଅନେକ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି. ଗତ ୨୫ ବର୍ଷ ମଧ୍ୟରେ ସାଧାରଣ ଲୋକଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରାଯାଉଥିବା କୁହାଯାଉଛି. ହେଲେ ଯୋଜନାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧୀନରେ ଥିବା ଉଦୟପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢେପ୍ରିଗୁଡ଼ି ଗ୍ରାମର ବିକଳ ଦୃଶ୍ୟ । ଖଟିଆରେ ବୁହାହେଲା ରୋଗୀଣି ମହିଳା ଅରଫା ରଇତ,ବୟସ ୪୫, ଥମୁନି ରୋଗୀ ରୋଗୀଣିଙ୍କ ଯନ୍ତ୍ରଣା । ଗ୍ରାମବାସୀ ପାହାଡ଼ ଉପରେ ବସବାସ କରୁଥିବା ବେଳେ ଏହି ଗ୍ରାମବାସୀ ସରକାରଙ୍କ ରାସ୍ତା ସାଧାରଣ ମୌଳିକ ସୁବିଧା ପକା ରାସ୍ତା ପାଇବାରୁ ଦୀର୍ଘବର୍ଷ ହେବ ବଞ୍ଚିତ ହୋଇ ରହିଛନ୍ତି।

ସ୍ଵାଧୀନତାର ୭୭ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ଅନେକ ଉପାନ୍ତ ଅଧ୍ୟୁଷିତ ଅଞ୍ଚଳରେ ଥିବା ଗ୍ରାମ ଗୁଡ଼ିକ ର ଆଜି ପର୍ଯ୍ୟନ୍ତ ଉନ୍ନତି ହୋଇନଥିବା ବେଳେ ଗ୍ରାମକୁ ସଂଯୋଗ କରିବା ନିମନ୍ତେ ଭଲ ରାସ୍ତା ଟିଏ ନାହିଁ। ଗାଁ କୁ ରାସ୍ତା ନଥିବା ଯୋଗୁଁ ମୁଖ୍ୟତଃ ଜରୁରୀକାଳୀନ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରୁନଥିବା ଯୋଗୁଁ ବିଶେଷକରି ଗର୍ଭବତୀଙ୍କୁ କେତେବେଳେ ଭାରରେ ଭୁଆ ହେଉଛନ୍ତି ତ କେତେବେଳେ ଖଟିଆରେ ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। କିଏ ରାସ୍ତା ରେ ପ୍ରସବ କରୁଛି ତ କିଏ ଜଙ୍ଗଲ ପାହାଡ଼ରେ ପ୍ରସବ କରୁଥିବା ଭଳି ଜନନୀ ଯନ୍ତ୍ରଣା ଘଟଣା ସାମ୍ନାକୁ ଓଡ଼ିଶାରେ ଆସୁଛି। ଯୋଜନା ଅଛି ରାସ୍ତା ନାହିଁ ଓଡ଼ିଶା ଅଛି ଏଠି ବିକାଶ ନାହିଁ। ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅଭିଯୋଗ କରିଥିଲେ କିନ୍ତୁ ସ୍ତାନୀୟ ପଞ୍ଚାୟତ, ବ୍ଲକ ପ୍ରଶାସନ,

ଜିଲ୍ଲା ପ୍ରଶାସନ, ଓଡ଼ିଶା ସରକାର କର୍ଣ୍ଣପାତ କରୁ ନାହାଁନ୍ତି ରାସ୍ତା ତିଆରି ହେବ ହେବ ବଲି ଦିନରେ ସରକାର ଲଣ୍ଠନ ଦେଖାଉଛନ୍ତି ଅଞ୍ଚଳବାସୀଙ୍କୁ, ରାସ୍ତା ପାଇ ଟେଣ୍ଡର କଥା କହି ଲୋକୁଙ୍କୁ ଭୂଆ ବୁଲୋଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାର ଆଦିବାସୀ ଅଧ୍ୟୁଷିତ ର ଲୋକଙ୍କ ପାଇଁ ଅଣଦେଖା କରୁଛନ୍ତି। ସରକାର ଓ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛନ୍ତି। ଏଣୁ ସ୍ଥାନୀୟ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି। ଏବଂ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ଗ୍ରାମବାସୀ ସରକାର ଓ ପ୍ରଶାସନ କୁ ଅନୁରୋଧ କରିଛନ୍ତି ଭଲ ରାସ୍ତା କରାଗଲେ ସେମାନଙ୍କ ନିତିଦିନିଆ ଗମନାଗମନ ସୁବିଧା ହୋଇ ପରିବ ଓ ସେମାନେ ସମସ୍ତ ସରକାରୀ ସୁବିଧାରୁ ଉପକୃତ ହୋଇପାରିବେ। ସରକାର ଓ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ହୋଇ ପଡିଛି ।

Exit mobile version