କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅଧିନସ୍ଥ ଉତକେଲାରେ ଦୀର୍ଘ ଦିନର ଅଧୁରା ସ୍ୱପ୍ନ ସାକାର – ଉତକେଲାରୁ ଉଡିଲା ବିମାନ

ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅଧିନସ୍ଥ ଉତକେଲାରେ ଦୀର୍ଘ ଦିନର ଅଧୁରା ସ୍ୱପ୍ନ ସାକାର ଗୁରୁବାର ହୋଇଛି । ଭୁବନେଶ୍ୱର ରୁ ଉତକେଲା କୁ ୧୧.୨୧ମିନିଟରେ ପ୍ରଥମେ ଉଡାଜାହାଜ ପହଞ୍ଚି ଥିଲା।ଏହି ଉପଲକ୍ଷେ ଏକ ବିରାଟ ସଭାର ଆୟୋଜନ କରାଯାଇଛି।ଏହି ସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ରାଜ୍ୟସଭା ସାଂସଦ ସୁଜିତ କୁମାର ,ନର୍ଲା ବିଧାୟକ ଭୁପିନ୍ଦର ସିଂ,ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ,ଜିଲାପାଳ ପି.ଅନ୍ୱେଷ ରେଡି, ଜିଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ,

ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ,ଉପ ଜିଲାପାଳ ଡ଼.ବିଶ୍ୱଜିତ ଦାସ, କେସିଙ୍ଗା ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।ଭୁବନେଶ୍ୱର ରୁ ପ୍ରଥମେ ଉଡ଼ାଯାହାଜରେ ଆସିଥିବା ଯାତ୍ରୀଙ୍କୁ ସ୍ୱାଗତ କରାଯାଇ ଥିଲା।କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରା ଦିତ୍ୟ ସିନ୍ଧିଆ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।ଭୁବନେଶ୍ୱର ରୁ ମୁଖ୍ୟମନ୍ତ୍ରୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ କରିଥିଲେ।

Exit mobile version