ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା  :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ପ୍ରଜାପିତ ବ୍ରହ୍ମା କୁମାରୀ ଶିବ ଜ୍ୟୋତି ଆଶ୍ରମ ରେ ଦୁଇ ଦିନ ଧରି ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମ ଦିନ ରେ ଚିଲିକା ର ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏଵଂ ସାଥୀ ମାନେ ଯୋଗା ଦେଇ ବ୍ରହ୍ମା କୁମାରୀ ଭଉଣୀ ମାନଙ୍କ ଦ୍ଵାରା ରାକ୍ଷୀ ବନ୍ଧା ଯାଇ, ମାନ୍ୟବର ବିଧାୟକ ଙ୍କ ହୃଦୟ ସ୍ପର୍ଷୀ ଆଧ୍ୟାତ୍ମିକ ଉଦବୋଧନ କୁ ସମସ୍ତେ ପ୍ରଶଂସା କରିଥିଲେ ଏବଂ ପରେ ମିଠା ଖାଇ ପରସ୍ପର କୁ ଅଭିବାଦନ ଜଣାଇ ଥିଲେ।

ଏବଂ ଦ୍ୱିତୀୟ ଦିନରେ ବରିଷ୍ଟ I A S ଅଧିକାରୀ ପାର୍ଥସାରଥୀ ମିଶ୍ର ମହୋଦୟ ମୁଖ୍ୟ ଅତିଥି ଭାବେ ଏବଂ ଅବସର ପ୍ରାପ୍ତ ମହାବିଦ୍ୟାଳୟ ଅଧକ୍ଷ ରମାକାନ୍ତ ନନ୍ଦ ମହୋଦୟ ଏବଂ ପୋଲିସ ଅଧିକାରୀ ପବିତ୍ର କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗଦେଇ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।
ଶେଷ ରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇ ମିଠା ସହିତ ପ୍ରସାଦ ସେବନ କରାଯାଇଥିଲା ।

କାର୍ଯକ୍ରମ ରେ 300 ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଆଶ୍ରମ ର ମୁଖ୍ୟ ପରିଚାଳିକା ବି.କେ ଭଉଣୀ ସରିତା ରକ୍ଷା ବନ୍ଧନ ର ରହସ୍ୟ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ବୀ. କେ ଭଉଣୀ ଲତା, ଭାଇ ସୁରେନ୍ଦ୍ର ଏବଂ ଭାଇ ହିମାଂଶୁ ମଞ୍ଚ ପରିଚାଳନା କରିଥିବା ଶେଷ ରେ ଆଶ୍ରମ ର ବରିଷ୍ଟ ଭାଇ ଭଗବାନ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Exit mobile version