ଦୁଇ ବାଇକି୍ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତ୍ବ ଆହତ

୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଦୁଇ ବାଇକି୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଆହତ ସହ ଜଣେ ଗୁରୁତ୍ବ ଆହତ ଲୋଇଛନ୍ତି । ଗଜପତି ଜିଲ୍ଲା ଆର,ଉଦୟଗିରି ଥାନାର ରଣାଲଇ ଗ୍ରାମ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ସୁଚନା ପ୍ରକାରେ ଗଡର ଗ୍ରାମର ଗଙ୍ଗାଧର ପାଇକ ଓ ତାଙ୍କ ଶ୍ବଶୁର ରମାକାନ୍ତ ଦଳପତି ମହେନ୍ଦ୍ରଗଡ ଷ୍ଟେଟ୍ ବ୍ୟାଙ୍କରେ କାମ ସାରି ରଣାଲଇ ଗ୍ରାମକୁ ଫେରୁଥିବା ବେଳେ ବିପରୀତ ଦିଗରୁ ରୂପାସିଂ ଗାଁର ନମନ୍ତ ଭୂୟାଁ ଓ ତାଙ୍କ ଶ୍ବଶୁର ଶିବ ମଣ୍ଡଳ ନୁହେଁ ମିଶି ଅନ୍ୟ ଗୋଟିଏ ବାଇକି୍ ଯୋଗେ ମହେନ୍ଦ୍ରଗଡ ଅଭିମୁଖେ ଆସୁଥିଲେ ।

ରଣାଲଇ ଗ୍ରାମ ନିକଟରେ ଉଭୟ ବାଇକି୍ ମଧ୍ୟରୁ ଦୁର୍ଘଟଣା ଘଟାଥିଲା । ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଛିନ୍ତି। ସ୍ଥାନୀୟ ଲୋକେ ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଅଟୋ ଯୋଗେ ଚନ୍ଦ୍ରଗିରି ଡାକ୍ତରଖାନରେ ଭତ୍ତି କରିଥିଲେ । ତେବେ ଗଙ୍ଗାଧର ପାଇକଙ୍କ ଅବସ୍ଥା ଗୁରୁତ୍ବର ଥିବରୁ ତାଙ୍କୁ ବ୍ରହ୍ମପୁର ବଡମେଡିକଲକୁ ସ୍ଥାନାନ୍ତର କରାଯାଇଥି ସ୍ଥାନୀୟ ଡାକ୍ତର କହିଛନ୍ତି ।

Exit mobile version