ରକ୍ଷାବନ୍ଧନ ଉତ୍ସବର ପବିତ୍ରତା

୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ଇଏ ମୋର କେତୋଟି ନାନୀଙ୍କ ମଧ୍ୟ୍ୟରୁ ଅନ୍ୟତମ… ଆମ ଘରର ଭଲ ମନ୍ଦ ସୁଖ ଦୁଃଖରେ ଆସି ତତକ୍ଷଣାତ ଉପସ୍ଥିତ ହୁଏ… ଭାଇ ଭଉଣୀର ମହାନ ପରଂମ୍ପରା ରକ୍ଷାବନ୍ଧନରେ ନ ଆସନ୍ତା ବା କେମିତି… ମୋ ହାତରେ ରାକ୍ଷୀ ଟିଏ ବାନ୍ଧିଲା.. ନିଜ ହାତରେ ମିଠା ଟିଏ ଖୁଆଇ ଦେଲା ମୋର ସୁଦୀର୍ଘ ନିରାମୟ ଜୀବନ ଠାକୁରଙ୍କ ନିକଟରେ କାମନା କଲା… ଏଥିପାଇଁ ଭାଇକୁ କିଛି ଅର୍ଥ ଦେବାକୁ ପଡେ…. ଯେତେ ଆକୁଳ ନିବେଦନ କଲି କିଛି ଅର୍ଥ ନେବା ପାଇଁ ନେଲା ନାହିଁ… ମୁଁତ ତାଠୁ ଢେର ସାନ… ଆମେ ସାତ ଭାଇ… ମୋତେ ଛାଡି ଦେଲେ ସମସ୍ତେ ସରକାରୀ ଚାକିରିଆ…

ମୋର ଅଭାବ ବୋଧକୁ ବୋଧହୁଏ ନାନୀ ମୋର ଅନୁଭବ କରିଛି… ମୋଠୁ ସିନା କିଛି ନେଲା ନାହିଁ ବରଂ ମୋତେ ସାର୍ଟଟିଏ କିଣି ପିନ୍ଧିବା ପାଇଁ କିଛି ଅର୍ଥ ଦେଲା.. ମୋର ଶୁଭ ମନାସି ଆମ ଘରୁ ବିଦାୟ ନେଲା… ହେଲେ ଏ ଅଧମ ମୋ ନାନୀର ଶଙ୍ଖା ସିନ୍ଦୁରକୁ ସେମିତି ବଜ୍ର ରଖିଥାନ୍ତୁ ବିଶ୍ୱ ନିୟନ୍ତା ମହାପ୍ରଭୁଙ୍କ ନିକଟରେ ଭକ୍ତିପୂତ ପ୍ରାର୍ଥନା ଜଣେଇଲି… ଅବଶ୍ୟ କୌଣସି ଭାଇଙ୍କ ଠାରୁ ଅର୍ଥ ଗ୍ରହଣ କଲା ନାହିଁ….. ବରଂ ସମସ୍ତ ଭାଇଙ୍କୁ ସାର୍ଟ କିଣି ପିନ୍ଧିବା ପାଇଁ ଅର୍ଥ ଦେଲା… ଆଉ ଥରେ ନାନୀର ମହାପ୍ରଭୁଙ୍କ ନିକଟରେ ସର୍ବେବ ମଙ୍ଗଳ କାମନା କରୁଛି  

Exit mobile version