ନିର୍ବାଚନ ସମୟରେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା କଥା କର୍ପୋରେଟର ରକ୍ଷାକଲେ

୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ସିଏମସି ୫୮ ନମ୍ବର ୱ।ର୍ଡ଼ର କଂଗ୍ରେସ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା କର୍ପୋରେଟର ନିର୍ବାଚନ ସମୟରେ, ନୂଆଗଡ଼ ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୃତି ଆଜି ପୁରଣ କରିଛନ୍ତି । ନିର୍ବାଚନ ସମୟରେ ଶ୍ରୀ ପରିଡ଼ା ଘରକୁ ଘର ବୁଲି ତାଙ୍କୁ ଭୋଟ ଦେଇ ନିର୍ବାଚିତ କରିବାକୁ ଗ୍ରାମର ଭୋଟର ମାନଙ୍କୁ ନିବେଦନ କରିଥିଲେ । ଭୋଟ ଭିକ୍ଷା ସମୟରେ ଗ୍ରାମର ଜନସାଧାରଣ ତାଙ୍କୁ ବାଲୁଙ୍କେଶ୍ୱର ମନ୍ଦିର ଠାରୁ ମା, ହାଡ଼ବାଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟ ସଂପର୍କରେ ଦୃଷ୍ଟି ଦେବାକୁ କହିଥିଲେ ।

କର୍ପୋରେଟର ଶ୍ରୀ ପରିଡ଼ା ଗ୍ରାମବାସୀଙ୍କ ପାଖରେ ଉତ୍ତର ରଖିଥିଲେ, ସେ କର୍ପୋରେଟର ନିର୍ବାଚନରେ ବିଜୟୀ ହେଲେ ଏହି ରାସ୍ତା ନିର୍ମାଣ ପ୍ରତି ଦୃଷ୍ଟି ଦେବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । କର୍ପୋରେଟର ହେବା ପରେ ଜନାର୍ଦ୍ଦନ ପରିଡ଼ା ସିଏମସି କାଉନସିଲ ମିଟିଙ୍ଗରେ, ନୂଆଗଡ଼ ବାଲୁଙ୍କେଶ୍ୱର ଠାରୁ ମା, ହାଡ଼ବାଇ ମନ୍ଦିର ପର୍ଯ୍ୟନ୍ତ ୫୦୦ ମିଟର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ।

ଏହି ରାସ୍ତା ନିର୍ମାଣ ପାଇଁ ସିଏମସି ପକ୍ଷରୁ ୩୦ ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯିବା ସହ ଟେଣ୍ଡର କରାଯାଇଥିଲା । ଯାହାଫଳରେ ଆଜି ତାଙ୍କ ଉପସ୍ଥିତରେ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟ ପାଇଁ କର୍ପୋରେଟର ଶ୍ରୀ ପରିଡ଼ା ସିଏମସି ମେୟର ,କଟକ ସଦର ବିଧାୟକ ଏବଂ ସିଏମସି କମିଶନରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ସମୟରେ ଗ୍ରାମର ବୟଜ୍ୟେଷ୍ଠ ମୁରବୀ ଶିଶିର କୁମାର ରାଉତରାୟ , ଦୂର୍ଗା ଚରଣ ନାୟକ, ଶେଷଦେବ ମହାପାତ୍ରଙ୍କ ସମେତ ଗ୍ରାମର ଯୁବକ ଏବଂ ମୁରବି ମାନେ ଉପସ୍ଥିତ ଥିଲେ । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାସ୍ତାଟିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ରାସ୍ତା କାମ ନେଇଥିବା ଠିକାଦାର କହିଥିଲେ ।

Exit mobile version