ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ ଉତ୍ସବ ପାଳନ

୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଆଜି ହେଉଛି ଗହ୍ମାପର୍ବ ବଳଭଦ୍ରଙ୍କ ଜନ୍ମ ଏବଂ ରକ୍ଷା ବନ୍ଧନ ଉତ୍ସବ । ଆଜିର ଦିନରେ ଶ୍ରୀକ୍ଷେତ୍ର ପୂରୀ ଶ୍ରୀ ମନ୍ଦିରରୁ ଭଉଣୀ ସୁଭଦ୍ରା ତଳସୀ କ୍ଷେତ୍ର କେନ୍ଦ୍ରାପଡାର ଭାଇ ବଳଭଦ୍ରଙ୍କ ଲାଗି ରାକ୍ଷୀ ପଠାଇ ଥାନ୍ତି । ଏହି କିମ୍ବଦନ୍ତୀ ଯୋଗୁଁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ପୂଜାର୍ଚ୍ଚନା କରିଥାନ୍ତି ।

ଆଜି ଦିନ ସାଢ଼େ ୧୧ ଟା ଠାରୁ ପୂର୍ଣ୍ଣିମା ଆରମମ୍ଭ ହୋଇଥିଲା । ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ପ୍ରତ୍ୟେକ ଭଉଣୀ ଭାଇର ମଙ୍ଗଳ କାମନାକରି ଭାଇ ହାତରେ ରାକ୍ଷୀ ବାନ୍ଧିଥିଲେ । ସେହିପରି ଫୁଲନଖରା ସରସ୍ୱତୀ ଶୁଶୁ ମନ୍ଦିରର ଛାତ୍ରୀ ମାନେ ଫୁଲନଖରା ଅଞ୍ଚଳର ଅଟୋ ଚାଳକ, ଦୋକାନୀ ଏବଂ ସାଧାରଣ ଲୋକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।

Exit mobile version