ମାହାଙ୍ଗା ପର୍ଯ୍ୟଟନ ସ୍ଥଳୀ ଉମର ବଳଦେବଜୀଉ ମନ୍ଦିର ନିକଟରେ ନୂତନ ସ୍ନେହା ପେଟ୍ରୋଲ ପମ୍ପ ଉଦଘାଟିତ

ଓଡିଶା ତାଜା ନ୍ୟୁଜ୍ (୦୨ ଜୁଲାଇ ଗୁରୁବାର ) ମାହାଙ୍ଗା :- ଧୀରେ ଧୀରେ ସହରୀ ସଭ୍ୟତା ଗ୍ରାମାଞ୍ଚଳ ମୁଖୀ ହେଉଥିବାବେଳେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଧୀରେଧୀରେ ସମାଧାନ ଆଡକୁ ଯାଉଛି । ଗ୍ରାମାଞ୍ଚଳରେ ଘରେ ଘରେ ବାଇକ ଏବେ ସାଧାରଣ ଯାନ ହୋଇଥିବାବେଳେ ଗାଡ଼ିରେ ତେଲ ପକାଇବା ମୁଖ୍ୟ ସମସ୍ୟା ହୋଇଥାଏ । ଏହି ସମସ୍ୟା ର ସମାଧାନ ପାଇଁ ମାହାଙ୍ଗା ର ପର୍ଯ୍ୟଟନ ସ୍ଥଳୀ ଉମର ବଳଦେବଜୀଉ ଓ ହନୁମାନ ମନ୍ଦିର ନିକଟରେ ଇଣ୍ଡିଆନ ଅଏଲ ର ଏକ ନୂତନ ସ୍ନେହା ପେଟ୍ରୋଲ ପମ୍ପ ସ୍ଥାପନ କରାଯାଇଛି ।

ଝଡ଼େଶ୍ୱର ପୁର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଇଗୁରୁ ଶରତ ଚନ୍ଦ୍ର ମହାପାତ୍ର ଏହି ପେଟ୍ରୋଲ ପମ୍ପ କୁ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ସମାଜ ସେବି ଦେବରଞ୍ଜନ ମହାନ୍ତି, ସୁନାକାର ସାହୁ, ଯୋଗଗୁରୁ ଶିଶିର ପଣ୍ଡା, ଡାକ୍ତର ଆଶୁତୋଷ ମହାପାତ୍ର, ସାରଦା ପ୍ରସାଦ ମହାପାତ୍ର, ଆମେରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ, ଉଦ୍ଘାଟନୀ ଅବସରରେ ପେଟ୍ରୋଲ ଗ୍ରାହକ ମାନଙ୍କୁ ହେଲମେଟ, ଛତା, ଏଆର ବାଗ, ଚାର୍ଜର ଟର୍ଚ୍ଚ ଆଦି ଉପହାର ପ୍ରଦାନ କରାଯାଇଥିଲା, ଏହି ପେଟ୍ରୋଲ ପମ୍ପ ଦ୍ୱାରା ସ୍ଥାନୀୟ ଲୋକମାନେ ପେଟ୍ରୋଲ ପକାଇବା ପାଇଁ 10କିମି ଦୂର ବାଟ ଯିବାରୁ କ୍ଷାନ୍ତ ପାଇଲେ । ( ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ )

Exit mobile version