ନୁଆଗଡ଼ ବ୍ଲକ୍ ରେ 5t ଜରିଆରେ ମନ୍ଦିର, ଚର୍ଚ, ମଠ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ସଚେତନତା କାର୍ଯ୍ୟ

୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ଖଜୁରୀ ପଦା ଠାରେ ବ୍ଲକ୍ ସଭାପତି ଜହନ ମାଝୀ ଙ୍କ ଅଧ୍ୟକ୍ଷତାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ମଠ,ମନ୍ଦିର, ଚର୍ଚ ଗ୍ରୁହ ଅନୁଦାନ କୁ ସ୍ୱଛ ରଖି କାମ କରିବା ପାଇଁ ସଚେତନ ଶିବିର ଆୟ୍ଯୋଜିତ ହୋଇଯାଇଛି ।ଉକ୍ତ ସଚେତନ ଶିବିରରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,

ଜିଲ୍ଲା ମହିଳା ସଭାପତି ତଥା ରାୟଗଡ ବ୍ଲକ୍ ଅଧ୍ୟକ୍ଷ ପୂଣ୍ଣବାସୀ ନାୟକ,ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ମରୀୟମ୍ ରଇତ,ଜିଲ୍ଲା ଉପସଭାପତି ତଥା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଭ୍ୟ ଜେମ୍ସ୍ ରାଇକା, ସେବତୀ ଗମାଙ୍ଗ, ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ, ଅବାରସିଙ୍ଗ୍ ସରପଞ୍ଚ, ଖଜୁରୀପଦା ସରପଞ୍ଚ ସଣ୍ଡୁ ମଣ୍ଡପ, ଏମ୍, ପି ପ୍ରତିନିଧି ରିଙ୍କୁ ପାଣି, ତଥା ଵହୁ ବିଜୁପରିବାରର ବିଜୁ ପ୍ରେମୀ ଉପସ୍ଥିତ ଥିଲେ ।

ଜିଲ୍ଲା ସଭାପତି ଜନସାଧାରଣ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନହିତକାରୀ ଯୋଜନା ଅବଗତ କରାଇବା ସହ 5t ଜରିଆରେ ଆସିଥିବା ମଠ,ମନ୍ଦିର, ଚର୍ଚ, ଗୁଡ଼ିକ ଗ୍ରାମରେ କମିଟି ତିଆରି କରି ସୁଚାରୁ ରୁପେ ତୁଲାଇବା ପାଇଁ ଆହ୍ୱାନ ଦେଇଛନ୍ତି ।ଏଥି ସହ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରି ବା ସହ ଆଗାମୀ ଦିନରେ ଦଳସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Exit mobile version