Home ଅପରାଧ ଅଳଙ୍କାର ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ . ଅଞ୍ଚଳବାସୀ ଓ ବ୍ୟବସାୟୀ ଙ୍କୁ ସୁରକ୍ଷା ଦାବୀରେ ରାସ୍ତାରୋକ. ପ୍ରତିଶୃତି ପରେ ହଟିଲା . ୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଦିନ ଦିପହରେ ଡକାୟତି । ବାଲିଗୁଡ଼ା ବଜାରର ମଧ୍ୟ ଭାଗ ରେ ଥିବା ନେହେରୁ ଛକ ସ୍ଥିତ ମା’ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ ବନ୍ଧୁକ ଭୟ ଦେଖାଇ ହାତରୁ ଦୁର୍ବୃତ୍ତ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ । ବ୍ୟବସାୟୀ ସୁବାଷ ଚନ୍ଦ୍ର ଆଚାରୀ ଙ୍କୁ ଆଖ ପାଖ ଲୋକେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ଗୁରୁତର ହେବାରୁ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରାଯାଇଛି l ଏ ନେଇ ବାଲିଗୁଡା ପୋଲିସ୍ ଛାନଭିନ୍ ଆରମ୍ଭ କରିଥିବା ବେଳେ ଏହି ଘଟଣା ପରେ ପରେ ସହରବାସୀ ଓ ବ୍ୟବସାୟୀ ମହଲ ଏବେ ଆତଙ୍କିତ ଅବସ୍ଥା ରେ ଥିବା ଜଣାପଡ଼ିଛି । ଏପଟେ ଅଞ୍ଚଳ ବାସୀ ଓ ବ୍ୟବସାୟୀ ଙ୍କ ପାଇଁ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ପାଟ୍ରୋଲିଂ କୁ କଡାକଡି କରିବା ଏବଂ ଲୁଟ କରି ଥିବା ଦୁର୍ବୁତ୍ତ ଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳ ବାସୀ ଓ ବ୍ୟବସାୟୀ ଙ୍କ ତରଫରୁ ସମସ୍ତ ଦୋକାନ ବଜ଼ାର ବନ୍ଦ ରଖି ନୁଆସାହି ଛକ ଠାରେ ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ l ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ବାଲିଗୁଡ଼ା ଏସଡିପିଓ ୟସ ପ୍ରିତମ ଶ୍ରୀମଲ, ତହସିଲଦାର ବିଜୟ କୁମାର ସେଠୀ ପ୍ରମୁଖ ପହଞ୍ଚି ଆଲୋଚନା କରିବା ପରେ ତୁରନ୍ତ ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦିଆଯିବା ପରେ ରାସ୍ତାରୋକ ହଟିବା ସହ ଓ ଦୋକାନ ବଜାର ଖୋଲା ଯାଇଥିଲା । ସୂଚନା ପ୍ରକାରେ ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ବାଲିଗୁଡ଼ା ସହରର ମଧ୍ୟ ଭାଗରେ ଥିବା ନେହେରୁ ଛକ ନିକଟସ୍ଥ ମା’ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକ ସୁବାଷ ଚନ୍ଦ୍ର ଆଚାରୀ ଦୋକାନ ଖୋଲିବାକୁ ଆସିଥିବା ବେଳେ ତିନିଜଣ ଦୁର୍ବୃତ୍ତ ହଠାତ୍ ଏକ ମୋଟର ସାଇକେଲରେ ଆସି ପ୍ରଥମେ ସୁବାଷଙ୍କ ବାମ ହାତକୁ ଓ ବେକ ପଛ ପାଖରେ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଗୁଳିମାଡ ଭୟ କରି ସୁବାଷ ହାତରେ ଧରିଥିବା ଗହଣା ବ୍ୟାଗ୍ ଝାମ୍ପି ନେଇ ଘଟଣାସ୍ଥଳରୁ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ ତିନି ଦୁର୍ବୃତ୍ତ । ସେପଟେ ସକାଳୁ ସକାଳୁ ସହରର ମଧ୍ୟ ଭାଗରେ ଏଭଳି ଘଟଣାକୁ ଦେଖି ସହରବାସୀ ଆତଙ୍କିତ ଥିବା ବେଳେ ସରକାରଙ୍କ ଦ୍ବାରା ସହରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲଗାଯାଇଥିବା ସିସିଟିଭି ବ୍ୟବସ୍ଥା ଦୀର୍ଘ ଦିନ ହେଲା ଅକାମୀ ହୋଇପଡି ଥିବା ଯୋଗୁଁ ଦୁର୍ବୃତ୍ତ ଏଭଳି କାଣ୍ଡ କରିବାକୁ ସାହାସ କରୁଛନ୍ତି ବୋଲି ଅଞ୍ଚଳବାସୀ ଆଲୋଚନା କରୁଛନ୍ତି । ଏଣୁ ଏଥି ପ୍ରତି ଉପଖଣ୍ଡ ପ୍ରଶାସନ ଓ ପୋଲିସ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଓ ବ୍ୟବସାୟୀ ମହଲରୁ ପ୍ରବଳ ଦାବୀ ହେଉଛି l Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026