ଓଡିଶା ତାଜା ନ୍ୟୁଜ୍ (୦୨ ଜୁଲାଇ ଗୁରୁବାର ) ବାଲେଶ୍ୱର :- ଚତୃର୍ଥ ସ୍ତମ୍ଭ କୁହାଯିଉଥିବା ସାମ୍ବାଦିକ ବନ୍ଧୁମାନଙ୍କ ଜୀବନକୁ ନେଇ ପ୍ରଶ୍ନବାଚୀ ? ସାମ୍ବାଦିକ ଅଭିମନ୍ୟୁ ମହାରଣା ଙ୍କ ଉପରେ ଅସାମାଜିକ ଯୁବକଙ୍କ ଆକ୍ରମଣକୁ ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ସଂଘର ଘୋର ନିନ୍ଦା କରାଯାଇଛି । ନୟାଗଡ଼ ଜିଲ୍ଲା ଅନ୍ତର୍ଗତରଣପୁର ଗ୍ରାମରେ ରହୁଥିବା ସାମ୍ୱାଦିକ ତଥା ଓଡ଼ିଶା ତାଜା ନିୟୁଜ୍ ପୋର୍ଟାଲ ସମ୍ପାଦକ ଅଭିମନ୍ୟୁ ମହାରଣା ଙ୍କ ଘରେ ପଶି ତାଙ୍କ ଉପରେ କେତକ ଅସାମାଜିକ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ । ଯାହା ଦ୍ଵାରା ଶ୍ରୀ ମହାରଣା ଆହତ ହୋଇ ଥିଲେ । ମହାରଣାବାବୁଙ୍କର ଚିକ୍ତାର ଶୁଣି ତାଙ୍କର ପରିବାର ପହଞ୍ଚି ଯିବାରୁ ଅସାମାଜିକ ବ୍ୟକ୍ତିମାନେ ତାଙ୍କୁ ସେଠାରେ ଛାଡ଼ି ଘଟଣସ୍ଥଳରୁ ସେମାନେ କେଉଁ ଆଡେ଼ ଫେରାର ହୋଇ ଯାଇଥିଲେ । ଆକ୍ରମଣ କରିଥିବା ଅସାମାଜିକ ଯୁବକମାନଙ୍କ ବିରୋଧରେ ରଣପୁର ଥାନାରେ ଏତଲା ଦେବା ପରେ ସେମାନଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରୀ ରଖିଛି ।ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ସଂଘ, ସାମ୍ବାଦିକ ଅଭିମନ୍ୟୁ ମହାରଣା ଙ୍କ ଉପରେ ଆକ୍ରମଣକୁ ଘୋର ନିନ୍ଦାକରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଆକ୍ରମଣରେ ସଂପୃକ୍ତ ଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରି କାୟ୍ଯାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି । (ରିପୋର୍ଟ – ଦୀପ୍ତିମାନ୍ ପତି )
ସାମ୍ବାଦିକ ଆକ୍ରମଣକୁ ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ସଂଘର ଘୋର ନିନ୍ଦା
- Categories: Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
Related Content
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
by
Proprietor Abhimanyu Maharana
May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ
by
Proprietor Abhimanyu Maharana
May 10, 2026
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
May 10, 2026
ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ
by
Proprietor Abhimanyu Maharana
May 10, 2026
ମୃତ ରାକେଶକୁ ନ୍ୟାୟ ଦାବିରେ - ୫ ଘଣ୍ଟା ରାସ୍ତାରୋକ
by
Proprietor Abhimanyu Maharana
May 10, 2026