ଗାଁ ଗାଁ ବୁଲି ସ୍କୁଲ ,ମଠ ମନ୍ଦିର ଓ ମିଶନ ଶକ୍ତି ମହିଳା ଗୋଷ୍ଟି କେନ୍ଦ୍ର ପରିଦର୍ଶନ କରୁଛନ୍ତି – ବିଧାୟକ ପ୍ରତାପ

ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଆଜି ମାହାଙ୍ଗା ବ୍ଲକ୍ ର ବାସୁଦେବପୁର ଓ କୋଳିଅଠା ପଞ୍ଚାୟତରେ ଅବସ୍ଥିତ 5T ସ୍କୁଲ, ମନ୍ଦିର,ମସଜିଦ,ହାଟ ବୁଲି ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା କରିବା ସହିତ ମିଶନ ଶକ୍ତି ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ।

୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ବିଧାୟକ ପ୍ରତାପ ଜେନା ଆଜି ମାହାଙ୍ଗା ବ୍ଲକ ଗସ୍ତ କରି ବାସୁଦେବପୁର ପଞ୍ଚାୟତର 5T ସ୍କୁଲ, ମଠ, ମନ୍ଦିର, ମସଜିଦ, ହାଟ ଆଦି ବୁଲି ପରିଦର୍ଶନ କରିବା ସହ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ,

ନବୀନ ସରକାର ଙ୍କ ସମୟରେ ଯେମିତି ସରକାରୀ ସାହାଯ୍ୟ ସହଯୋଗ ଜନସାଧାରଣ ତୁରନ୍ତ ପାଇପାରିବେ ସେଥିନେଇ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି।ତତ୍ ସହିତ ମିଶନ ଶକ୍ତି ମା” ମାନଙ୍କ ସହ ସେମାନଙ୍କର ମୁଖ୍ୟ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରିଥିଲେ ।

ସେହି ପରି ଏହି ପଂଚୟତର ସମସ୍ତ ମଠ ମନ୍ଦିର ମସଜିଦ ପରିଦର୍ଶନ କରି କିଭଳି ଧର୍ମାନୁଷ୍ଠାନ ମାନଙ୍କର ଉନ୍ନତି ମୂଳକ କାର୍ଯ୍ୟ ଶୀଘ୍ର ହୋଇପାରିବ ସେ ନେଇ ଗ୍ରାମବାସୀ ଓ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ,

ତତ ସହିତ ବିଭିନ୍ନ ୫ ଟି ବିଦ୍ୟାଳୟକୁ ଯାଇ ରୂପାନ୍ତର ପରେ କିଭଳି ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣବଳୀ ବିକଶିତ ହୋଇଛି ସେଥିନେଇ ନିଜେ ବିଧାୟକ ଶ୍ରେଣୀ କକ୍ଷରେ ପାଠ ପଢ଼ାଇ ଥିଲେ, ତେବେ ମାହାଙ୍ଗା ଭଳି ଏକ

ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀର ଖୋଦ ବିଧାୟକ ଶ୍ରୀ ଜେନା ଏଭଳି ଭାବରେ ନିଜେ ପ୍ରତ୍ୟେକ୍ଷ ଭାବରେ ସମସ୍ତ କାର୍ଯ୍ୟର ପରିଦର୍ଶନ କରି ତଦାରଖ କରୁଥିବାରୁ ସାଧରାଣରେ ପ୍ରଶଂସା କରାଯାଇଛି.

Exit mobile version