ଜିଲ୍ଲା ଦୌରା ଜର୍ଜ ଙ୍କ ମାସିକ ଦିବ୍ୟାଙ୍ଗ ଅନୁଷ୍ଠାନ ପରିଦର୍ଶନ

୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି  :-> ମଙ୍ଗଳବାର ଦିନ ୧.୦୦ଘ ସମୟ ରେ ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟଳୟ କୁ ଗଜପତି ଜିଲ୍ଲା ର ମୁଖ୍ୟ ବିଚାରପତି ଶ୍ରୀ ଆର ଏନ ବେହେରା ମାସିକ ପରିଦର୍ଶନ ରେ ଆସିଥିଲେ ,ତାଙ୍କ ସହିତ ଅଧିନସ୍ଥ କର୍ମଚାରୀ ଏସ ପି ସେନାପତି ଆସିଥିଲେ।ଶ୍ରୀ ବେହେରା ବିଦ୍ୟାଳୟ ସମ୍ପକ ରେ ଅଧ୍ୟକ୍ଷ ଏବଂ ସମ୍ପାଦକ ଙ୍କ ଠାରୁ ପଚାରି ବୁଝି ଥିଲେ ଏଥି ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ବିଷୟ ରେ ପଚାରି ବୁଝିଥିଲେ ।

ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ମତବ୍ୟକ୍ତ କରିଥିଲେ ଯେ ଅନୁଷ୍ଠାନର ପ।ରିପାର୍ଷିକ ଆବଶ୍ୟକ ହେଉଥିବା ଯଥା ଡ୍ରେନ ,ପାଚେରି, ଡାଇନିଙ୍ଗ ହଲ ଇତ୍ୟାଦି କିଭଳି ଭାବରେ ହୋଇପାରିବ ସେ ବିଷୟ ରେ ଅନୁରୋଧ କରିଥିଲେ । ପରିଶେଷରେ ଶ୍ରୀ ବେହେରା ପ୍ରତେକ ଶ୍ରେଣୀ ଓ ହଷ୍ଟେଲ ବୁଲିବା ସଙ୍ଗେ ସଙ୍ଗେ ଖାଦ୍ୟ ର ମାନ ମଧ୍ୟ ପରୀକ୍ଷା କରିଥିଲେ ।ଏଥିରେ ଯୋଗ ଦେଇଥିଲେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Exit mobile version