ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ୨୦୨୩ରେ ନାମ ରଖିଲେ ନାଟ୍ୟକାର ନବକିଶୋର ଦାସ

୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସହରରେ ଜନ୍ମିତ ରାଷ୍ଟ୍ରପତି ପୋଲିସ ପଦକ ପ୍ରାପ୍ତ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା କଳା ଓ ସଂସ୍କୃତିର ଉପାସକ ନାଟ୍ୟକାର ନବକିଶୋର ଦାସଙ୍କ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ୨୦୨୩”ରେ ରଖିଥିଲେ । ନବକିଶୋର ଦାସ କ୍ରିଏସନ ଦ୍ବାରା ନିର୍ମିତ “ଫ୍ଲାଟ୍” କ୍ଷୁଦ୍ର ଚଳଚ୍ଚିତ୍ର ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ୮୦ ରୁ ଅଧିକ ପୁରସ୍କାର ପାଇବା ,

ତାଙ୍କ ଦ୍ବାରା ନିର୍ମିତ “ମୀନା” କ୍ଷୁଦ୍ର ଚଳଚ୍ଚିତ୍ର ୧୩ତମ ଦାଦାସାହେବ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହେବା ଏବଂ ସିଲଭରସିଟି ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ପରିଚାଳନା କରିବାକୁ ଆଧାରରେ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ୨୦୨୩ରେ ସ୍ଥାନିତ ହୋଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦ ଓଡ଼ିଶା ଲୋକଙ୍କ ଭଲପାଇବା ଯୋଗୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ତାଙ୍କ ନାମ ରହିଛି ବୋଲି ନାଟ୍ୟକାର ନବକିଶୋର ଦାସ କହିବା ସହ ତାଙ୍କର ଏହି ଶ୍ରେୟ ନିର୍ଦ୍ଦେଶକ , ସଂଗୀତ ନିର୍ଦ୍ଦେଶକ , ସମସ୍ତ କଳାକାର , ଟେକ୍ନିସିଆନ ମାନଙ୍କ ପରିଶ୍ରମର ଫଳ ବୋଲି କହିଛନ୍ତି ।

Exit mobile version