ରୋଟାରାକ୍ଟ କ୍ଲବ୍ କଟକ ସେଣ୍ଟ୍ରାଲ୍ ତରଫରୁ ନୂତନ କାର୍ଯ୍ଯକାରିଣୀ ଘୋଷଣା

୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକର ଗାନ୍ଧୀ ଭବନ ସଭା ଗୃହରେ ରୋଟାରାକ୍ଟ କ୍ଲବ୍ କଟକ ସେଣ୍ଟ୍ରାଲ୍ ତାର ଷଷ୍ଠ ପୁନଃପ୍ରତିଷ୍ଠା ଉତ୍ସବ ପାଳନ କରିଛି। ଏହି ଅବସରରେ କ୍ଲବ୍ ର ଚଳିତବର୍ଷ ପାଇଁ ନୂତନ କାର୍ଯ୍ଯକାରିଣୀ ଘୋଷଣା ହୋଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ରୋଟାରୀ ଡି. ଜି. ଇ. (ବର୍ଷ -୨୦୨୪-୨୫) ଶ୍ରୀଯୁକ୍ତ ଯଞାଶିଷ୍ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବରେ ରୋଟାରୀ କ୍ଲବ୍ କଟକ ସେଣ୍ଟ୍ରାଲ୍ ର ସଭାପତି ଶ୍ରୀମତୀ ରୋଜାଲିନ୍ ଗ୍ରେସ୍ ଯୋଗ ଦେଇଥିଲେ। ଚଳିତ ବର୍ଷ ପାଇଁ ନୂତନ ସଭାପତି ଭାବରେ ଶ୍ରୀ ଓମ୍ ପ୍ରକାଶ ପଣ୍ଡା, ସମ୍ପାଦକ ଭାବରେ କୁମାର ପ୍ରସଂଜିତ୍ ସାହୁ ଓ ଅନ୍ୟ କାର୍ଯ୍ଯକାରିଣୀ ସଦସ୍ଯଙ୍କ ନାମ ଘୋଷଣା ହୋଇଥିଲା ଏବଂ ବିଧିବଦ୍ଧ ଭାବରେ ଦାୟୀତ୍ୱ ପରିବର୍ତ୍ତନ ହୋଇଥିଲା ।

ଗତବର୍ଷର ସଭାପତି ଆଶୁତୋଷ ଦେବତା ଓ ସମ୍ପାଦକ ଦେବାଶିଷ ଜେନା ମଞ୍ଚରେ ରହି ସହଯୋଗ କରିଥିଲେ। କ୍ଳବର୍ ପରିବେଶ ପରାମର୍ଶଦାତା ତଥା ଉପଦେଷ୍ଟା ଭାବରେ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡାଙ୍କୁ ମନୋନୀତ କରାଯାଇ ଉପଢ଼ୌକନ ଓ ବୃକ୍ଷ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ଭାବରେ ୧୫ ଜଣ କ୍ଲବ୍ ର ସଦସ୍ୟତା ଗ୍ରହଣ କରିଥିଲେ। ସମସ୍ତ ସଦସ୍ୟ ମାନଙ୍କୁ ସମ୍ମାନୀତ କରାଯାଇଥିଲା | ଅତିଥିମାନେ ସମାଜରେ ସେବାର ଆବଶ୍ୟକତା ଓ ଯୁବଶକ୍ତିର ଦାୟୀତ୍ୱ ତଥା ରୋଟାରୀ, ରୋଟାରାକ୍ଟ ଇଣ୍ଟରନ୍ୟାସନାଲର ଲକ୍ଷ୍ଯ ଆଦର୍ଶ ସମ୍ବନ୍ଧରେ ବକ୍ତବ୍ଯ ରଖିଥିଲେ।

ନୂତନ ସଭାପତି ଶ୍ରୀ ଓମ୍ ପ୍ରକାଶ ପଣ୍ଡା ଆଗାମୀ କାର୍ଯ୍ଯକ୍ରମର ଲକ୍ଷ୍ଯ ଉପରେ ବିବରଣୀ ଦେଇଥିଲେ ।
ଏହି ଅବସରରେ ଉପସ୍ଥିତ ସମାଜସେବୀ ଓ ଅନ୍ୟ ରୋଟାରାକ୍ଟ କ୍ଲବ୍ ର ସଦସ୍ଯ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବ ବ୍ଯୋମକେଶ ପୃଷ୍ଠି, ଆୟୁସା ସାମଲ, ସୁଧା ପ୍ରଧାନ, ବିଶ୍ୱଜିତ ବିଶ୍ୱାଳ, ସୋମ୍ଯ ମୁଦୁଲି, ଅଭିଷେକ ଜେନା ଓ ରୋଟାରାକ୍ଟ କ୍ଲବ୍ କଟକ ସେଣ୍ଟ୍ରାଲ୍ ର ଅନ୍ୟ ସଦସ୍ଯମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।

Exit mobile version