ଛାତ୍ରଙ୍କ କୃତିତ୍ୱ

୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :->  ମହେନ୍ଦ୍ରଗଡ଼ ,ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁଙ୍କ ଏକ ମାତ୍ର ପୁତ୍ର ଶ୍ରୀମାନ ସୁଭାଶିଷ ସାହୁ ସର୍ବ ଭାରତୀୟ କ୍ଷେତ୍ରୀୟ ଶିକ୍ଷା ସଂସ୍ଥାନର 2023-24 ଶିକ୍ଷା ବର୍ଷର ପ୍ରବେଶିକା ପରୀକ୍ଷାରେ 141 ରେଙ୍କରେ ଉତୀର୍ଣ୍ଣ ହୋଇ

ମହୀଶୂର ଶାଖାରେ ପଦାର୍ଥ ବିଜ୍ଞାନରେ M. Sc, M. Ed ରେ ପ୍ରବେଶ ପାଇଁ ସୁଯୋଗ ପାଇ ଥିବା ଯୋଗୁଁ ସେ ସମସ୍ତ ଗୁରୁଜନ ଓ ଶୁଭେଛୁବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି I ଚଳିତ ଶିକ୍ଷା ବର୍ଷରେ ସମଗ୍ର ଓଡ଼ିଶାରେ 8ଜଣ ଉତୀର୍ଣ୍ଣ ଛାତ୍ର ମଧ୍ୟରୁ ଗଞ୍ଜାମ ଓ ଗଜପତିରୁ ସେ ଜଣେ ଏ ସଫଳତା ପାଇଛନ୍ତି I

Exit mobile version