ମୁଣ୍ଡ ଦେଉଳ କାବ୍ୟ ଦ୍ଵିତୀୟ ସଂସ୍କରଣର ଲୋକାର୍ପଣ  ସମାରୋହ

୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ  :->  ବିଶିଷ୍ଟ କବି  ତଥା ଗବେଷକ ସ୍ବର୍ଗତ ନଳିନୀକାନ୍ତ ମହାପାତ୍ରଙ୍କ ରଚିତ  ଐତିହାସିକ କାବ୍ୟ ” ମୁଣ୍ଡ  ଦେଉଳ  ” ର ଲୋକାର୍ପଣ ସମାରୋହ  ଅନୁଷ୍ଠିତ ହୋଇଯାଇଛି।ନଳିନୀକାନ୍ତ ସ୍ମୃତି ସଂସଦ ଆନୁକୂଲ୍ୟରେ   ରବିବାର ଅପରାହ୍ନରେ କବିଙ୍କ ଜନ୍ମସ୍ଥାନ ବଡବେରଣା  ଗ୍ରାମସ୍ଥିତ  ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବୈକୁଣ୍ଠ ନାଥ  ରାଜଗୁରୁ ପୌରୋହିତ୍ୟ  କରିଥିଲେ । ପ୍ରାରମ୍ଭରେ  ଗାୟକ  ଭାଷାରତ୍ନ ଖଗେଶ୍ୱର ମାର୍ଥାଙ୍କ ମଙ୍ଗଳ ଚରଣ ପାଠ ପରେ କବି ନଳିନୀକାନ୍ତଙ୍କ  ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇ ଥିଲା।କାର୍ଯ୍ୟକ୍ରମ  ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ  ପାଣିଗ୍ରାହୀ ସ୍ୱରଚିତ  ଆବାହନୀ  ସଙ୍ଗୀତ ଗାନ କରିଥିଲେ ।

ପୁସ୍ତକର ପ୍ରକାଶକ ତଥା କବିଙ୍କ ଭାତୃପୁତ୍ର ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ସ୍ୱାଗତ ଭାଷଣ  ଦେବା ସହ  ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳସଚିବ ଡ. ନାରାୟଣ ରାଓ ମୁଖ୍ୟ ଅତିଥି,ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ  ଦାସ ମୁଖ୍ୟ ବକ୍ତା ଓ ଐତିହାସିକ ସତ୍ୟବାଦୀ ବଳିୟାରସିଂହ ସମ୍ମାନିତ  ଅତିଥି  ରୂପେ  ଯୋଗ ଦେଇ ମୁଣ୍ଡ ଦେଉଳ ଖୋର୍ଦ୍ଧା ପାଇକମାନଙ୍କ ବୀରତ୍ୱ ଓ ଅସ୍ମିତାର ପ୍ରତୀକ ବୋଲି ବିଭିନ୍ନ ଐତିହାସିକ ଓ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ  ମୁଣ୍ଡ ଦେଉଳ କାବ୍ୟ ଦ୍ଵିତୀୟ ସଂସ୍କରଣର ଲୋକାର୍ପଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ  ଶିକ୍ଷାବିତ ରାଜକିଶୋର ପାଣିଗ୍ରାହୀ, ରବିନ୍ଦ୍ର ନାଥ ମହାପାତ୍ର, ଭାନୁମତି ମହାପାତ୍ର,ଟ୍ୟନିର୍ଦ୍ଦେଶକ ଡ. ବନବିହାରୀ ମହାପାତ୍ର,ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ,ପୂର୍ବତନ ସେନାଧିକାରୀ ବସନ୍ତ କୁମାର ହୋତା, ଶିକ୍ଷାବିତ ହରିବନ୍ଧୁ ପଣ୍ଡା ,ଯୋଗେଶ୍ଵର ସୁନ୍ଦରରାୟ,ଜମ୍ବେଶ୍ଵର  ମଙ୍ଗରାଜ , ଗୌରଚରଣ ସାମନ୍ତସିଂହାର, ଯୋଗିନାଥ ବଳିୟାରସିଂହ  , ଶରତ ଚନ୍ଦ୍ର ମହାପାତ୍ର, ଶ୍ରୀନିବାସ ରାୟ ,ଶରତ ଚନ୍ଦ୍ର ଚମ୍ପତି ,ସୁନୀଲ ପଟ୍ଟନାୟକ ,ମହମ୍ମଦ ମଇଉଦ୍ଦିନ ଅହମ୍ମଦ, ଶ୍ରୀନିବାସ ରାୟ, ସନ୍ତୋଷ ମହାପାତ୍ରଙ୍କ ସମ

Exit mobile version