୩୭ ବର୍ଷ ପରେ ଅଙ୍ଗନବାଡି କେନ୍ଦ୍ର ପାଇଁ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତ

୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଦୀର୍ଘ ୩୭ ବର୍ଷ ପରେ ପ୍ରତାପନଗରୀ ଏକ ନମ୍ବର ୱ।ର୍ଡ଼ର ଅଙ୍ଗନୱ।ଡି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ପାଇଁ ଆଜି ଭିତ୍ତିପ୍ରସ୍ତର କାର୍ଯ୍ୟର ଶୁଭ ଦିଆଯାଇଛି । ସିଏମସି ୫୮ ନମ୍ବର ୱ।ର୍ଡ଼ ପ୍ରତାପନଗରୀ ଗ୍ରାମରେ ରହିଛି ଦୁଇଟି ଅଙ୍ଗନୱ।ଡି କେନ୍ଦ୍ର । ଦୁଇଟି କେନ୍ଦ୍ରରକୁ ଆସୁଥିବା ଛୋଟ ପିଲାମାନେ ବର୍ଷା ଦିନେ ବସି ପଢ଼ିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଦ୍ୱିତୀୟ ଅଙ୍ଗନୱ।ଡି କେନ୍ଦ୍ରର ନିଜସ୍ଵ ଗୃହ ନିର୍ମାଣ ସରିଥିବାରୁ ଦୁଇ ତିନିମାସ ହେଲା ପିଲାମାନେ ସେଠାରେ ଏବେ ବସି ପାଠ ପଢିବାର ସୁଯୋଗ ପାଇଛନ୍ତି । ଏକ ନମ୍ବର ଅଙ୍ଗନୱ।ଡି କେନ୍ଦ୍ର ନିଜସ୍ୱ ଗୃହର ନିର୍ମାଣ ପାଇଁ ୮ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି । ଏହି ଗୃହ ନିର୍ମାଣ କାର୍ଯ୍ୟ ପାଇଁ ସୋମବାର ଦିନ ୫୮ ନମ୍ବର ୱ।ର୍ଡର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ନଡ଼ିଆ ବାଡେଇ ଶୁଭାରମ୍ଭ କରିଛନ୍ତି ।

ଏହି ଶୁଭାରମ୍ଭ କାର୍ଯ୍ୟ ସ୍ଥଳୀରେ ଅଙ୍ଗନୱ।ଡି କେନ୍ଦ୍ରର ଶିକ୍ଷୟତ୍ରୀ , ପ୍ରତାପନଗରୀ ଗ୍ରାମର ମା, ଧାକୁଲେଇ ଗ୍ରାମ ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ , ସଂପାଦକ ପ୍ରମୋଦ କୁମାର ବେହେରା, କମିଟିର ବହୁ ସଦସ୍ୟ,ସ୍କୁଲର ଶିକ୍ଷକ ଉପସ୍ଥିତ ଥିଲେ । ଏହି କେନ୍ଦ୍ରର ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେଲେ କୋମଳମତି ପିଲାମାନେ ନିଜସ୍ୱ ଶ୍ରେଣୀ ଗୃହରେ ବସି ପାଠ ପଢ଼ିବାର ସୁଯୋଗ ପାଇପାରିବେ ବୋଲି କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଏଉ ପସ୍ଥିତ ଗ୍ରାମ ବାସୀ କହିଥିଲେ ।

 

Exit mobile version