ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଭେଡା ପଞ୍ଚାୟତର : ୧୦୦ ରୁ ଉର୍ଦ୍ଧ କର୍ମୀ ବିଜେପି ଦଳ ଛାଡ଼ି ନବୀନ ବାବୁଙ୍କ ସ୍ଵଛ ଶାସନ ଓ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନ ରେ ଅନୁପ୍ରାଣିତ ହୋଇ – ବିଜେଡି ଦଳ ରେ ସାମିଲ ହୋଇଛନ୍ତି,

୨୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହଙ୍ଗା :-> ମାହଙ୍ଗା ନିର୍ବାଚନ ମଣ୍ଡଳୀ ଏବେ ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ହଙ୍ଗା ସାବ୍ୟସ୍ଥ ହେଉଛି, ଶାସକ ଦଳର ବିଧାୟକ ତଥା ବିଜେଡି ଦଳର ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବିରୋଧୀ ମାନେ ଯେତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି . ସେତେ ମାତ୍ରାରେ ବିରୋଧୀ କର୍ମୀ ମାନେ ସେତେ ମାତ୍ରାରେ ସମର୍ଥନ ଜଣାଇ ବିଜେଡ଼ିରେ ଯୋଗ ଦେଉଛନ୍ତି,

ଯାହା ସ୍ୱରୂପ ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଭେଡା ପଞ୍ଚାୟତ ର ୧୦୦ ରୁ ଉର୍ଦ୍ଧ କର୍ମୀ ବିଜେପି ଦଳ ଛାଡ଼ି ନବୀନ ବାବୁଙ୍କ ସ୍ଵଛ ଶାସନ ଓ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନ ରେ ଅନୁପ୍ରାଣିତ ହୋଇ ବିଧାୟକ ଶ୍ରୀ ଜେନାଙ୍କ ଉପସ୍ଥିତିରେ ତାଙ୍କ ଅଲିଜୋଡା ସ୍ଥିତ ବାସଭବନ ପରିସରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ବିଜେଡି ଦଳ ରେ ସାମିଲ ହୋଇଛନ୍ତି,

ବିଜେପି ଓ କଂଗ୍ରେସ ଦଳର କ୍ରମାଗତ ଭାବେ କର୍ମୀ ମାନେ ବିଜେଡି ଦଳରେ ଯୋଗ ଦେଉଥିବାରୁ କୌଣସି ଉପାୟ ନପାଇ ବିରୋଧୀ କେବଳ ଶାସକ ଦଳ ବିରୁଦ୍ଧରେ ମିଥ୍ୟା ଅପପ୍ରଚାର ଚଳାଇ ରାଜନୀତି କରୁଥିବାବେଳେ ଜନସାଧାରଣଙ୍କ କାମରେ ଅସୁନଥିବା ନବାଗତ କର୍ମୀ ମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଭେଡା ପଞ୍ଚାୟତ ବାସୀ ଙ୍କୁ ଧନ୍ୟବାଦ ଜଣାଇଲେ.

Exit mobile version