ଚିତ୍ତରଞ୍ଜନ ସେବା ସଦନ ରେ ବରିଷ୍ଟ ନାଗରିକ ସପ୍ତାହ ପାଳନ

୨୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଆନ୍ତର୍ଜାତିକ ମାନବ ଅଧିକାର ସଂଗଠନ ଓ ଚିତ୍ତରଞ୍ଜନ ସେବା ସଦନ ର ମିଳିତ ଉଦ୍ୟମରେ ଅନୁଷ୍ଠାନ ର ସଭାଗୃହ ରେ ବରିଷ୍ଟ ନାଗରିକ ସପ୍ତାହ ପାଳନ କରାଯାଇଛି । ଏହି ଉପଲକ୍ଷେ ସେମାନଙ୍କର ବିଭିନ୍ନ ବିଶେଷ ଅଧିକାର ସମ୍ପର୍କ ରେ ଲାଗୁ କରାଜାଇଥିବା ବିଭିନ୍ନ ଆଇନ୍ ବିଷୟରେ ସଚେତନ କରିବା ପାଇଁ ନିଆଳି ବରିଷ୍ଟ ନାଗରିକ ମଞ୍ଚ ଓ ନିକଟସ୍ଥ ସମସ୍ତ ପଞ୍ଚାୟତ ର ଲୋକ ପ୍ରତିନିଧି ମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ କରାଯାଇଥିଲା ।

ସେବା ସଦନ ର ନିର୍ଦେଶକ ଡାକ୍ତର ଚିତ୍ତରଞ୍ଜନ ମିଶ୍ର ପ୍ରାରମ୍ଭିକ ସୂଚନା ଦେବା ପରେ ଆନ୍ତର୍ଜାତୀୟ ମାନବ ଅଧିକାର ସଂଗଠନ ର ଅଧକ୍ଷ ଶ୍ରୀଯୁକ୍ତ ଲମ୍ବୋଦର ସାହୁ ଓ ସହକାରୀ ସଞ୍ଜୟ କୁମାର ଦେଉରୀ ସଭ୍ୟା ଅଭିନେତ୍ରୀ ଏଲିନା ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ । ବହୁ ସଂଖ୍ୟା ରେ ବରିଷ୍ଟ ନାଗରିକ, ପଞ୍ଚାୟତ ଲୋକ ପ୍ରତିନିଧି , ସାମ୍ବାଦିକ ,ଚିତ୍ତରଞ୍ଜନ ସେବା ସଦନର କର୍ମଚାରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

ଏହି ପରି ସଚେତନତା କାର୍ଯ୍ୟକ୍ରମ ଭବିଷ୍ୟତ ରେ କରିବା ପାଇଁ ବରିଷ୍ଟ ନାଗରିକ ଓ ଲୋକପ୍ରତିନିଧି ମାନେ ନିର୍ଦେଶକ ଡାକ୍ତର ମିଶ୍ର ଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ରେ ଦେବଦାସ ମହାପାତ୍ର , ମୋନରଞ୍ଜନ ପାଢ଼ୀ , ସନାତନ ଭୋଇ , ଜଗନ୍ନାଥ ପ୍ରଧାନ , ସୌମ୍ୟରଞ୍ଜନ ତିଆଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version