ନିରୂପମା ଦେବୀ : ଶିକ୍ଷା ପ୍ରତି ନିବେଦିତ ଜୀବନ ଜଣେ ସ୍ନେହୀ ଓ ସ୍ଵାଭିମାନୀ ଶିକ୍ଷୟିତ୍ରୀଙ୍କ ଜୀବନୀ ଲେଖିକା – ଅପର୍ଣ୍ଣା ମହାପାତ୍ର

୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ଵର :-> ଶିକ୍ଷା ପ୍ରତି ଅପାର ଆଗ୍ରହ ରହିଥିବା ଜଣେ ସ୍ନେହୀ ଓ ସ୍ଵାଭିମାନୀ ମହିଳାଙ୍କ ଜୀବନୀ ନିରୂପମା ଦେବୀ – ଶିକ୍ଷା ପ୍ରତି ନିବେଦିତ ଜୀବନ (୧୯୨୦ – ୨୦୦୬) ଆଜି ସନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତିବିଶେଷ, ସାହିତ୍ୟିକ ଓ ସାହିତ୍ୟପ୍ରେମୀମାନଙ୍କ ଉପସ୍ଥିତିରେ ସ୍ଥାନୀୟ ନିୟୁ ମାରିୟନ ସଭାଗୃହରେ ଲୋକାର୍ପଣ ହେଲା ।

ଏହି ଅବସରରେ ବିଖ୍ୟାତ କବି ତଥା ଲେଖକ ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟ ଅତିଥି, ବିଶିଷ୍ଟ ଲେଖକ ସତ୍ୟ ମିଶ୍ର ମୁଖ୍ୟ ବକ୍ତା ଓ ବିଶିଷ୍ଟ କବି ମମତା ଦାଶ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିରୂପମା ଦେବୀଙ୍କ ଜୀବନକାଳ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଜୀବନୀ ପୁସ୍ତକର ଲେଖିକା ପୂର୍ବତନ ଶିକ୍ଷିକା ତଥା ନିରୂପମା ଦେବୀଙ୍କ ସୁକନ୍ୟା ଅପର୍ଣ୍ଣା ମହାପାତ୍ର ବାପା ମା’ଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ ଗାନ୍ଧୀବାଦୀ ବ୍ୟକ୍ତିତ୍ଵ। ତାଙ୍କ ଚାରିପାଖରେ ଆତଯାତ ହେଉଥିବା ପିଲାଏ ଓ ମଣିଷମାନଙ୍କ ଚେତନାକୁ ଗାନ୍ଧୀବାଦୀ ଭାବନାରେ ଉଦବୁଦ୍ଧ କରିବାରେ ସେ ସଦା ସକ୍ରିୟ। ଜ୍ଞାନ ଓ ଶିକ୍ଷା ପ୍ରଦାନ ପ୍ରତି ତାଙ୍କ ବାପା ଓ ମା’ଙ୍କ ସମର୍ପିତ ଓ ନିଃସ୍ଵାର୍ଥପର ଆଗ୍ରହ ଦ୍ଵାରା ସେ ବହୁଧା ଅନୁପ୍ରାଣିତ।

ଅପର୍ଣ୍ଣାଙ୍କ ସ୍ୱାମୀ ରବି ନାରାୟଣ ମହାପାତ୍ରଙ୍କ ଦ୍ଵାରା ଏହି ପୁସ୍ତକର ଇଂରାଜୀ ଅନୁବାଦ ‘ଘସକ୍ସଙ୍କକ୍ଟ୍ରବଜ୍ଞବ ଊରଙ୍ଖସ-ଇ ଖସଲର ଊରୟସମବଗ୍ଧରୟ ଗ୍ଧକ୍ଟ ଋୟଙ୍କମବଗ୍ଧସକ୍ଟଦ୍ଭ’ ମଧ୍ୟ ଏକସଙ୍ଗରେ ଲୋକାର୍ପିତ କରାଗଲା। ଲୋକର୍ପଣ କାର‌୍ୟକ୍ରମର ପ୍ରାରମ୍ଭରେ ଚାରି ମିନିଟ ଅବଧିର ‘ସର୍ବଧର୍ମ ପ୍ରାର୍ଥନା’ ଆଧାରିତ ଭିଡିଓ ପ୍ରଦର୍ଶନ କରାଯିବା ପୂର୍ବରୁ ଓ ପରେ ତାହାର ଗୁରୁତ୍ଵ ସମ୍ପର୍କରେ ଲେଖିକା ଅପର୍ଣ୍ଣା ମହାପାତ୍ର ନିଜ ବକ୍ତବ୍ୟ ପ୍ରଦାନ କରିଲେ। ବାସ୍ତବରେ ଏହି ଜୀବନୀ ପୁସ୍ତକରେ ଶିକ୍ଷାଦାନ ଠାରୁ ଆରମ୍ଭ କରି ଅଧ୍ୟୟନ, ବଗିଚା କାମ,

 

ଗାୟନ ଆଦି ନିରୂପମା ଦେବୀଙ୍କ ବହୁମୁଖୀ ପ୍ରତିଭାର ବର୍ଣ୍ଣନା ସହ ସୁସଂହତ ଭାବେ ପରିବାର ପରିଚାଳନା କରିବା ଆଦି ସମ୍ପର୍କରେ ବିବରଣୀ ରହିଛି। ଫଳରେ ପୁସ୍ତକଟି ସବୁ ଶ୍ରେଣୀର ପାଠକମାନଙ୍କ ପାଇଁ ସୁଖପାଠ୍ୟ ହୋଇପାରିବ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ସମ୍ଭ୍ରାନ୍ତ ପରିପାଟି ସହ ପୁସ୍ତକ ଦୁଇଟିକୁ ଭୁବନେଶ୍ଵରରସ୍ଥିତ ଅଗ୍ରଣୀ ପ୍ରକାଶନ ସଂସ୍ଥା କେତକୀ ବୁକସ ପ୍ରକାଶ କରିଛି। ଉଲ୍ଲେଖନୀୟ କି ରାଜ୍ୟର ଉଭୟ ଉଦୀୟମାନ ତଥା ପ୍ରବୀଣ ସାହିତ୍ୟିକମାନଙ୍କ କୃତିଗୁଡିକୁ ସମାନ ଗୁରୁତ୍ଵ ସହକାରେ ସହଯୋଗ ଓ ପ୍ରକାଶ କରିବା ପାଇଁ କେତକୀ ବୁକସ ପ୍ରତିଶୃତିବଦ୍ଧ।

Exit mobile version