ରାଜ୍ୟ ସ୍ତରୀୟ ସାମ୍ବାଦିକ ଅଭିମନ୍ୟୁ ମହାରଣା ଙ୍କ ଉପରେ ଅସାମାଜିକ ଯୁବକଙ୍କ ଆକ୍ରମଣ କୁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ର ନିନ୍ଦା ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବୀ

ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର ),ଗଜପତି :- ନୟାଗଡ଼ ଜିଲ୍ଲା ଅନ୍ତର୍ଗତରଣପୁର ଗ୍ରାମରେ ରହୁଥିବା ରାଜ୍ୟ ସ୍ତରୀୟ ସାମ୍ୱାଦିକ ତଥା ଓଡ଼ିଶା ତାଜା ନିୟୁଜ୍ ପୋର୍ଟାଲ ସମ୍ପାଦକ ଅଭିମନ୍ୟୁ ମହାରଣା ଙ୍କ ଘରେ ପଶି ତାଙ୍କ ଉପରେ କେତକ ଅସାମାଜିକ ଯୁବକ ମରଣାତ୍ମକ ଆକ୍ରମଣ କରି ଥିଲେ ଯାହା ଦ୍ଵାରା ଶ୍ରୀ ମହାରଣା ଆହତ ହୋଇ ଥିଲେ ଯୁବକଙ୍କ ବିତାଙ୍କର ଚିକ୍ତାର ଶୁଣି ତାଙ୍କର ପରିବାର ପହଞ୍ଚି ଯିବାରୁ ତାଙ୍କୁ ସେଠାରେ ଛାଡ଼ି ଘଟଣସ୍ଥଳରୁ ସେମାନେ କେଉଁ ଆଡେ଼ ଫେରାର ହୋଇ ଯାଇଥିଲେ

ଆକ୍ରମଣ କରିଥିବା ଅସାମାଜିକ ଯୁବକମାନଙ୍କ ବିରୋଧରେ ରଣପୁର ଥାନାରେ ଏତଲା ଦେବା ପରେ ସେମାନଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରୀ ରଖିଛି ଗଜପତି ଜିଲ୍ଲା ସାମ୍ବାଦିକ ସଂଘ କର୍ତ୍ତବ୍ୟ ରତ ସାମ୍ବାଦିକ ଅଭିମନ୍ୟୁ ମହାରଣା ଙ୍କ ଉପରେ ଆକ୍ରମଣ କୁ ନିନ୍ଦା କରିବା ସହ ଆକ୍ରମଣ ରେ ସଂପୃକ୍ତ ଥିବା ଗୁଣ୍ଡା ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏସ ୟୁ ଜେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ପ୍ରମୁଖ ଦାବୀ କରିଛନ୍ତି (ରିପୋର୍ଟ: ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version