ମୋହନାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଦୀଘ୍ର ଦିନର ଦାବି ପୁରଣ ହୋଇଥିବାରୁ ମୁଖ୍ୟମନ୍ତୀଙ୍କୁ ମୋହନା ଉନ୍ନୟନ ପରିଷଦ ସଦସ୍ୟ ଧନ୍ୟବାଦ ଜଣାଇଛନ୍ତି

୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମୋହନା ଉନ୍ନୟନ ତଥା ମୋହନା ଅଞ୍ଚଳବାସୀଙ୍କ ବହୁଦିନର ଦାବିକୁ ରାଜ୍ୟ ସରକାରଙ୍କ ହୃଦବୋଧ କରି ପାରିଛନ୍ତି । ମାନ୍ୟବର ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ମୋହନା ଠାରେ ଉନ୍ନତ ମାନର ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଗଜପତି ଜିଲ୍ଲାର ମୋହନା ଦେଇ ଗଞ୍ଜମ, ରାୟଗଡା, କୋରାପୁଟ, ନବରଙ୍ଗପୁର ଭଲି ଦକ୍ଷିଣ ଓଡିଶାକୁ ସଂଯୋଗ କରିବା ସହ, କନ୍ଧମାଳ, ପୁଲବାଣୀ ଜିଲ୍ଲା ସମ୍ବଲପୁର, ଝାରସୁରଡାକୁ ମଧ୍ୟ ସଂଯୋଜକ ରହିଛି ।

ଏହି ନୂତନ ବସଷ୍ଟାଣ୍ଡ ନିର୍ମାଣ ଦ୍ବାରା ଅଞ୍ଚଳର ଆଞ୍ଚଳିକ ବିକାଶ ସହ ଅନେକ କିଛି ବିକାଶ ହେବାର ସମ୍ଭାବନ ସୃଷ୍ଟି ହୋଇଛି । ଏଥିପାଇଁ ମୋହନା ଉନ୍ନୟନ ପରିଷଦ ତରଫରୁ ମାନ୍ୟବର ମୁଖ୍ୟମନ୍ତୀକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏଥିସହ ସ୍ଥାନୀୟ ଜନସାଧାରଣ ଏହି ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଭରିଯାଇଛି । ମୋହନା ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହ ମଧ୍ୟ ସଂଯୋଜକ ରହିଛି । ଏହାଦ୍ବାରା ବତ୍ତମାନ ଉନ୍ନତ ମାନର ଚିକିତ୍ସା ପାଇଁ ମଧ୍ୟ ଯିବାକୁ ଅତିସହଜ ହୋଇ ପାରିବ ।

Exit mobile version