ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର ),ଗଜପତି ,ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଜି ପୁଣି ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୪୪୦ ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା। ଏଥିମଧ୍ୟରୁ ୩ ଜଣ କଣ୍ଟେନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ କ୍ୱାରାଣ୍ଟାଇନ କେନ୍ଦ୍ରରୁ ବୋଲି ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତ କେବଳ ଗୋଷାଣୀ ବ୍ଲକରୁ, ଏବଂ ଜଣ ଗୁମ୍ମା ଓ ଜଣ ରାୟଗଡ଼ ବ୍ଲକର ଚିହ୍ନଟ ହୋଇଛନ୍ତି। ସେପଟେ ପୂର୍ବରୁ ସର୍ବାଧିକ ଆକ୍ରାନ୍ତ ଗୋଷାଣି ବ୍ଳକ ଅଞ୍ଚଳର ହୋଇଥିବା ବେଳେ ଆଜି ପୁଣି ଏଠାରୁ ଚିହ୍ନଟ ହୋଇଛନ୍ତି , ଯାହା ଚିନ୍ତାର କାରଣ ପାଲଟିଛି । ଗୋଷାଣି ବ୍ଳକ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଵା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ତେବେ କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକେ କୋଭିଡ ନିୟମ ମାନୁନଥିବାରୁ, ସାମାଜିକ ଦୂରତା ରକ୍ଷା କରୁ ନଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି। ପ୍ରଶାସନ ପକ୍ଷରୁ ବହୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ବେଳେ ଜନସାଧାରଣ ସତର୍କ ରହିବା ଜରୁରୀ ହୋଇଛି। (ରିପୋର୍ଟ: ଗରୁଡ଼ ଧ୍ୱଜ ଚୌଧୁରୀ)
ଗଜପତି ଜିଲ୍ଲାରେ ଆଜି ଆଉ ୬ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୪୪୦ ହେଲା

- Categories: Uncategorized, ଓଡ଼ିଶା, କରୋନା, ଦେଶ, ହୋମ୍
Related Content
ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬
by
Proprietor Abhimanyu Maharana
June 16, 2026
ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ
by
Proprietor Abhimanyu Maharana
June 16, 2026
ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ
by
Proprietor Abhimanyu Maharana
June 16, 2026
ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ
by
Proprietor Abhimanyu Maharana
June 16, 2026
ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ
by
Proprietor Abhimanyu Maharana
June 16, 2026
ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ୧୦ ଜଣ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି
by
Proprietor Abhimanyu Maharana
June 16, 2026