ଦୀର୍ଘ ଦିନ ଧରି ଚୋରି କରି ଆସୁଥିବା ଚୋର ଙ୍କୁ କାବୁ କରିଛି କୁଜଙ୍ଗ ପୋଲିସ

୨୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୁଜଙ୍ଗ :-> ଦୀର୍ଘ ଦିନ ଧରି ଚୋରି କରି ଆସୁଥିବା ଚୋର ଙ୍କୁ କାବୁ କରିଛି କୁଜଙ୍ଗ ପୋଲିସ ସୂଚନାନୁସାରେ ଦୀର୍ଘ ଦିନ ଧରି ମନ୍ଦିର ଚୋରି ବହୁ ମାତ୍ରା ରେ ହେଉଥିବା ବେଳେ ଲୁଟେରା ଙ୍କ ଠିକଣା ମିଳୁ ନଥିଲା । ମନ୍ଦିର ଚୋରି କୁ ନେଇ ଭାଳେଣି ପଡ଼ିଥିବା ବେଳେ କୁଜଙ୍ଗ ଥାନା ଅଧିକାରୀ ଙ୍କ ପଞ୍ଝା ରେ ପଡିଛନ୍ତି ଦୁଇ ଦୁଇଟି ଦୁର୍ଦ୍ଦାନ୍ତ ଅପରାଧୀ ।  କୁଜଙ୍ଗ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁରର ସାଇବାବା ମନ୍ଦିରରେ ହୋଇଥିଲା ଚୋରି ତେବେ ମନ୍ଦିର ଭିତରୁ ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟି ନେଇଯାଇଥିଲେ ଲୁଟେରା । ଅଭିଯୁକ୍ତମାନେ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଚୋରି କରି କୁଜଙ୍ଗ ଥାନା ପୋଲିସଙ୍କ ହାତରେ ଧରା ପଡ଼ିଲେ  ଏବଂ ଏହି ଦୁଇଟି ଦୁର୍ଦ୍ଦାନ୍ତ ଲୁଟେରା ମନ୍ଦିର ର ଦାନ ବାକ୍ସରୁ ୧୫,୭୬୧ ଟଙ୍କା ମଧ୍ୟ ଲୁଟି ନେଇଥିଲେ । ଏଥିସହ ଏହି ଦୁଇ ଜଣ ପୁରୀ  ର ଅନେକ ମନ୍ଦିର ରୁ ସୁନା ଅଳଙ୍କାର ଚୋରି କରିଥିବା ରିପୋର୍ଟ ରହିଛି । ଆଜି ପର୍ଯ୍ୟନ୍ତ ୧୦ ରୁ ଉର୍ଦ୍ଧ୍ବ ମନ୍ଦିର ଲୁଟିଥିବା ଉକ୍ତ ଲୁଟେରା ଦୁହେଁ ବହୁତ ଥର ମନ୍ଦିର ଲୁଟ୍ କରି ମଧ୍ୟ ପୋଲିସ କବଜାକୁ ଆସିନଥିଲେ । ଯାହାର ପରଦାଫାର୍ସ କରିଛି କୁଜଙ୍ଗ ଥାନା ପୋଲିସ । କୁଜଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଙ୍କ ନିର୍ଦ୍ଦେଶ କ୍ରମେ  ଟେକ୍ନୋଲୋଜି ଉପାୟରେ ଲୁଟେରା ଙ୍କ ଠିକଣା ପତ୍ତା ଲଗାଇ  ତଦନ୍ତକାରି ଟିମ୍ ଙ୍କ ସାହାର୍ଯ୍ୟରେ ଗତ କାଲି ଲୁଟେରାକୁ ଗିରଫ କରିଥିଲା ପୋଲିସ  । ଲୁଟେରା ଙ୍କ ଠାରୁ  ସୁନାର ରୁଦ୍ରାକ୍ଷ ମାଳି , ସୁନା ଗହଣା , ମୁକୁଟ ,  ନଗଦ ଟଙ୍କା , ରୂପା ଥାଳି ଓ ପୂଜା ବାସନ ଇତ୍ୟାଦି ଜବତ କରିଥିଲେ । ସମସ୍ତ ଚୋରି ଅଳଙ୍କାର କୁ ଉଦ୍ଧାର କରି ପୋଲିସ ମନ୍ଦିରରେ ଜିମା ଦେଇଥିବା ଜଣାପଡ଼ିଛି ।  ତେବେ ଦୁଇ ଅଭିଯୁକ୍ତ  ଗୋପିଆକୁଡ ର ଦେବେନ୍ଦ୍ର ପଣ୍ଡା ଏବଂ ରାହାମା ଅଞ୍ଚଳର ମୀନକେତନ ପରିଡା ବୋଲି ପୋଲିସ ତଥ୍ୟରୁ ପ୍ରକାଶ ପାଇଛି  । ଜଗତସିଂହପୁର ଏସ ପି ଙ୍କ ନିର୍ଦ୍ଦଶ କ୍ରମେ ଉକ୍ତ ଅଭିଯୁକ୍ତଙ୍କ ନାମରେ କଡ଼ା  ତଦନ୍ତ  ଜାରି କରାଯାଇଛି । କୁଜଙ୍ଗ ଥାନା ରେ କେସ୍ ନମ୍ବର 394/2023 ମାମଲା ରୁଜ୍ଜୁ କରାଯାଇ 457/380 IPC ଧାରା ଅନୁସାରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version