ଉତ୍କଳ ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୨୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :-> ଉତ୍କଳ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ସମ୍ବାଦିକ ବନ୍ଧୁ ମାନଙ୍କର ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସହ ଜିଲ୍ଲା ବାର୍ଷିକ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସମ୍ପାଦକ ଅଜିତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ନାରାୟଣ ପାଇକରାୟ,ଉପଦେଷ୍ଟା ଉମା ଶଙ୍କର ପ୍ରସାଦଙ୍କ ସମେତ ଜିଲ୍ଲା ତଥା ବ୍ଲକ ସ୍ତରୀୟ ସାମ୍ବାଦିକମାନେ ବହୁ ମାତ୍ରାରେ ଯୋଗ ଦେଇଥିଲେ । ଆଗାମି ଅକ୍ଟୋବର ମାସରେ ପାଳିତ ହେବାକୁ ଥିବା ବାର୍ଷିକ ଉତ୍ସବ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସର୍ବ ସମ୍ମତି କ୍ରମେ ଶାନ୍ତି ଶୃଙ୍ଖଳାର ସହ ବହୁ ଆଡମ୍ବରରେ ବାର୍ଷିକୋତ୍ସବ ପାଳନ ନିମନ୍ତେ ବହୁମତ ପ୍ରକାଶ ପାଇଥିଲା ।

କାର୍ଯ୍ୟକ୍ରମ ପରିଚାଳନା ନିମିତ୍ତ ଏକ ୧୬ ଜଣିଆ କମିଟି ଚୟନ କରାଯାଇଛି ।ଉକ୍ତ ଉତ୍ସବକୁ ସରସ ସୁନ୍ଦର ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଗାମି ବୈଠକ ଆସନ୍ତା ମାସ ଏକ ତାରିଖରେ ମା ଉଗ୍ରତାରାଙ୍କ ପୀଠରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମ୍ୱାଦିକ ଇଫତେଖାର ଅଲ୍ଲୀ,ସୂର୍ଯ୍ୟ ନାରାୟଣ ମହାନ୍ତି, ଶୁଭ୍ର ରଞ୍ଜନ ଦାସ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ପ୍ରସନ୍ନ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version