ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ବି.ପି. ମଣ୍ଡଳଙ୍କ ୧୦୫ତମ ଜୟନ୍ତୀ ପାଳିତ

 ୨୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )  ସମ୍ବଲପୁର :-> ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ଆଜି ପଛୁଆ ବର୍ଗଙ୍କ ମସିହା ତଥା ରାଷ୍ଟ୍ର ନିର୍ମାତା ସ୍ୱର୍ଗତ ବି.ପି. ମଣ୍ଡଳଙ୍କ ୧୦୫ତମ ଜୟନ୍ତୀ ସ୍ଥାନୀୟ ଶାନ୍ତି ନଗର ଠାରେ ପାଳିତ ହୋଇଯାଇଛି I ମଞ୍ଚର ସମ୍ବଲପୁର ଜ଼ିଲ୍ଲା ଆବାହକ ସରୋଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର (ମୁଖ୍ୟ ଅତିଥି) ତଥା ଓବିସି କର୍ମୀ ପରଦେଶୀ ବିଶ୍ୱାଳ, ହୀରାଲାଲ ବେହେରା, ମଞ୍ଚର ଝାରସୁଗୁଡା ଜ଼ିଲ୍ଲା ଆବାହକ ବିରଞ୍ଚି ସାହୁ, ବଲାଙ୍ଗୀର ଜ଼ିଲ୍ଲା ଆବାହକ ସରୋଜ କୁମାର ମେସୁଆ,

 

ବୌଦ୍ଧ ଜ଼ିଲ୍ଲା ଆବାହକ କୃତିବାସ ପଳେଇ, ଡ଼ଃ ଉତ୍ତମ ପ୍ରଧାନ, ଚୂଳଧର ପ୍ରଧାନ, ଭୋନାଥ ବଢ଼େଇ, ଗୋପୀନାଥ ବେହେରା ପ୍ରମୁଖ ସୃତି ଚାରଣ ପୂର୍ବକ ସ୍ୱର୍ଗତ ବି.ପି.ମଣ୍ଡଳ ପଛୁଆ ବର୍ଗଙ୍କ ହକ୍ ଅଧିକାର ପାଇଁ ମଣ୍ଡଳ କମିଶନ ରିପୋର୍ଟରେ ଉଲ୍ଲେଖ କରିଥିବା ୪୦ଟି ଯାକ ବିନ୍ଦୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ . ସଭା ପ୍ରାରମମ୍ଭରେ ବି.ପି. ମଣ୍ଡଳ ଙ୍କ ତୈଲ୍ୟ ଫଟୋ ଚିତ୍ରରେ ଧୂପ, ଦୀପ ପୁଷ୍ପ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମଞ୍ଚର ରାଜ୍ୟ କର୍ମକର୍ତ୍ତା ଙ୍କ ସମେତ ସମସ୍ତ ଜ଼ିଲ୍ଲାର ସଭାପତି ତଥା ଆବାହକ ମାନେ ଉପସ୍ଥିତ ଥିଲେ I

Exit mobile version