ଧଉଳି ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

୨୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )  ଧଉଳି :-> ଧଉଳି ଗ୍ରାମପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ ପାତ୍ର ପ୍ରଥମେ ଧବଳେଶ୍ଵର ମନ୍ଦିରର ଚଟାଣରେ ପଥର ବିଛା କାର୍ଯ୍ୟ ର ଶିଳାନ୍ୟାସ କରିଥିଲେ। ପରେ ବିଧାୟକ ଆଞ୍ଚଳିକ ଉନ୍ନୟନ ଅନୁଦାନ ପାଣ୍ଠିରୁ ଧଉଳି ଗ୍ରାମ କଂକ୍ରିଟ ରାସ୍ତା,ଖଟୁଆ ପଡ଼ା ଦୁଃଖନାଶିନୀ ମନ୍ଦିର ଚଟାଣ ନିର୍ମାଣ,ନଖାଉର ପାଟଣା କଂକ୍ରିଟ ରାସ୍ତା, ଏବଂ ଖଟୁଆ ପଡ଼ା ଠାରେ ଅଙ୍ଗନୱାଡ଼ି କେନ୍ଦ୍ର,

ଜଳ ସେଚନ ବିଭାଗ ପକ୍ଷରୁ ଦୟା ବାମ ପାର୍ଶ୍ୱ ନଦୀ ବନ୍ଧକୁ ସୁଦୃଢ଼ କରିବା ପାଇଁ କଂକ୍ରିଟ ୱାଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ମେଗା ୱଟର ସପ୍ଲାଏ ଯୋଗାଣ ଦ୍ବାରା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ର ଏକ ଭୁ-ଉଚ୍ଚ ଭଣ୍ଡାର ସହ ପଞ୍ଚାୟତର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୩୬ କିଲୋମିଟର ବ୍ୟାପୀ ନୂତନ ପାଇପ ବିଛା କାର୍ଯ୍ୟ ପ୍ରଭୂତିକୁ ଶିଳାନ୍ୟାସ କରିଥିଲେ।

ଶେଷରେ ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ କୁ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସରପଞ୍ଚ ଚନ୍ଦନ ମଲ୍ଲିକ, ସମିତି ସଭ୍ୟ। ସରସ୍ଵତି ସେଠୀ, ବିଧାୟକ ପ୍ରତିନିଧି ହରେକୃଷ୍ଣ ସାହୁ,ପୂର୍ବତନ ସମିତି ସଭ୍ୟ ଭଗବାନ ସାହୁ, ସୁଧାରଞ୍ଜନ୍ ପ୍ରଧାନ ଏବଂ ପ୍ରତ୍ୟେକ ଗ୍ରାମ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

Exit mobile version