୨୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ାରେ ଜଣେ ଗାଈ ଚରାଳିଙ୍କୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖାରିଗୁଡ଼ାର ମାଦି ପଡ୍ରା (୫୫)।ଏ ନେଇ ଶୁକ୍ରବାର ବ୍ରାହ୍ମଣୀ ଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗରେ ମୃତ ମାଦି ପଡ୍ରାଙ୍କ ପୁଅ ଧର୍ମେନ୍ଦ୍ର ପଡ୍ରା କହିଛନ୍ତି ଯେ, ପ୍ରତିଦିନ ଭଳି ତାଙ୍କ ବାପା ଗାଈ ଚରାଇବା ପାଇଁ ଗୁରୁବାର ପୂର୍ବାହ୍ନରେ ବାହାରିଥିଲେ ହେଲେ ଅପରାହ୍ନ ୪ ଟାରେ କେବଳ ଗାଈ ଗୋଠ ଗ୍ରାମରେ ପହଞ୍ଚିଥିବା ବେଳେ ତାଙ୍କ ବାପା ପହଞ୍ଚି ନ ଥିଲେ ।
