Home ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ. ଭାଲିଆସାହିଠାରେ ଚନ୍ଦ୍ରୟାନ ପ୍ରଦର୍ଶିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆର, ଉଦୟଗିରି ବ୍ଲକର କେ.ଏମ.ଭାଲିଆସାହି 23 ଅଗଷ୍ଟ 2023 ରିଖ ସନ୍ଧ୍ୟା 6.04 ସମୟରେ ଇସ୍ରୋ ତରଫରୁ ପରୀକ୍ଷଣ କରାଯାଇଥିବା ଚନ୍ଦ୍ରୟାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ସଫଳ ହୋଇଥିଲା l ଏଥିସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ଅକ୍ଷରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ଭାବେ ବିରଳ ସଫଳତା ହାସଲ କରିଛି l ଇସ୍ରୋ ବୈଜ୍ଞାନିକମାନଙ୍କର ବଳିଷ୍ଠ ଉଦ୍ୟମରେ ଉଲ୍ଲସିତ ହୋଇ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସେମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ l ଏହି ସଫଳତା ଉପଲକ୍ଷେ ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ. ଭାଲିଆସାହିଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଚନ୍ଦ୍ରୟାନ ବିଷୟରେ ଛାତ୍ରଛାତ୍ରୀମାନଙ୍କ ସବିଶେଷ ଧାରଣା ପ୍ରଦାନ ପାଇଁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ପ୍ରଜ୍ଞାଦୀପ୍ତା ପାଇକ ଏବଂ କଳା ବିଭାଗର ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ନାଇକଙ୍କ ସହଯୋଗ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରରୋଚନା କ୍ରମେ ଚନ୍ଦ୍ରୟାନ-3 ର ଏକ ଅବିକଳ ନକଲ ତିଆରି କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା l ଏହାର ପ୍ରେରଣର ଲକ୍ଷ୍ୟ, ଉଦ୍ଦେଶ୍ୟ ଆଦି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା l ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମନ ମଧ୍ୟରେ ଭବିଷ୍ୟତରେ ବୈଜ୍ଞାନିକ ହେବାର ଉତ୍କଣ୍ଠା ପ୍ରକାଶ ପାଇଥିଲା l ତତ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026