ମୋହନା ବ୍ଲକ୍ ଦେଉଳଖଣି ଗ୍ରାମରେ ମିଶ୍ରଣ ପର୍ବରେ କଂଗ୍ରସ ୩୦୦ କର୍ମୀ ବିଜେଡ଼ି ରେ ମିଶି ଥିଲେ

ଏହି ମିଶ୍ରଣ ପର୍ବରେ ବଡ଼ଖଣି ପଞ୍ଚାୟତ ଅଞ୍ଚଳର କଂଗ୍ରସ ୩୦୦ କର୍ମୀ ବିଜେଡ଼ି ରେ ମିଶି ଥିଲେ

୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଜପତି ଜିଲ୍ଲା  :-> ମୋହନା ବ୍ଲକ୍ ର ବଡ଼ଖଣି ପଞ୍ଚାୟତ ଅନ୍ତର୍ଗତ ଦେଉଳଖଣି ଗ୍ରାମରେ ପ୍ରାୟ ୮୦ଖଣ୍ଡ ପରିବାରର ଶତାଧିକ ଜନସାଧାରଣ ବ୍ଲକ୍ ସଭାପତି ରଞ୍ଜିବ ଶବର,ଜିଲ୍ଲା ପରିଷଦ ମୋହନା ଚନ୍ଦ୍ର ମଲ୍ଲିକ ଙ୍କ ପ୍ରଚେଷ୍ଟାରେ କଗ୍ରେସ ଛାଡି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିତି ଆଦର୍ଶରେ ତଥା ଶ୍ୱଛ ଶାସନ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।ଯାହାକି ଆଗାମୀ ୨୦୨୪ ରେ ଦଳ ପାଇଁ ଏକ ଶୁଭ ଶଙ୍କେତ କହିଲେ ଅତ୍ୟୁକ୍ତି ହେବନାହିଁ ।

ଯାହାକି ଆଜି ଏହି ମିଶ୍ରଣ ପର୍ବର ଜ୍ୱଳନ୍ତ ଉଦାହରଣ ।ଏହି ମିଶ୍ରଣ ପର୍ବରେ ମୁଖ୍ୟ ଆକର୍ଷଣ ବା ମୁଖ୍ୟ ପୁରୋଧା ଭାବେ ବିବେଚନା କରାଯାଉଥିବା ବରିଷ୍ଠ ସମାଜସେବୀ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,ମାଇନେରିଟ୍ ସେଲର ରାଜ୍ୟ ଉପଦେଷ୍ଟା ପ୍ରୃଥିବିରାଜ୍ ସାହୁ, ଉପସଭାପତି ଦଣ୍ଡାସୀ ସାହୁ, ମୋହନା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର,ଜିଲ୍ଲା ପରିଷଦ ମୋହନା ଚନ୍ଦ୍ର ମଲ୍ଲିକ, ଏମ୍,ପି ପ୍ରତିନିଧି ଭାଷ୍କର ସାହୁ, ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ତଥା ବହୁ ବିଜେଡି ପରିବାରର ବୁଦ୍ଧିଜୀବୀ ସମସ୍ତ ବିଜୁ କର୍ମୀ ଉକ୍ତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ।


 

Exit mobile version