ଆର,ଉଦୟଗିରିରେ ନୂତନ ବସଷ୍ଟାଣ୍ଡ ଉଦ୍ଘାଟନ

୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଆର,ଉଦୟଗିରି ସହରରେ ନିମିତ ହୋଇଥିବା ଓଏସଆରଟିସି ବସଷ୍ଟାଣ୍ଡ ବୁଧବାର ୬ ଘଣ୍ଟା ସମୟରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଦ୍ବାରା ଭର୍ଛଆଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଗଜପତି ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ, ଆର,ଉଦୟଗିରି ଅଶ୍ବିନୀ କୁମାର ନାୟକ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଡିଓ ଲରିମନ ଖର୍ସେଲ, ତହସିଲଦାର ଜ୍ୟୋତିର୍ମୟୀ ଦାସ ,

ପୁଲିସ ଅଧିକାରୀ ଓ ବିଜେଡି ବ୍ଳକ ସଭପତି ବହୁ ଜନପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ସମସ୍ତ ମହିଳା ଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଏଲଇଡି ସ୍କ୍ରିନ ମାଧ୍ୟମରେ ମୁଖ୍ୟମନ୍ତୀଙ୍କ ସହ କଥା ହୋଇଥିଲେ । ଆର,ଉଦୟଗିରି ଏହି ନୂତନ ବସଷ୍ଟାଣ୍ଡ ହେବା ଦ୍ବାରା ଅଞ୍ଚଳର ବିକାଶର ଧାରା ବଜାୟ ରହିବା ସାଙ୍ଗକୁ ସାଧାରଣ ଲୋକଙ୍କ ପାଇଁ ରୋଜଗାରକ୍ଷମ ହେବ ଲାଗି ଦୋକାନ ଗୃହ କରାଯାଇଛି ।

ମୁଖ୍ୟ ରାସ୍ତାରେ ହେଉଥିବା ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ଏବଂ ଯାତ୍ରୀମାନଙ୍କ ଲାଗି ଓଏସଆରଟିସି ପକ୍ଷରୁ ଡିଜିଟାଲ ମୋଡରେ ମନୋରଞ୍ଜନ ଲାଗି ଏଲଇଡି ଟିଭିର ସୁବିଧା ସାଙ୍ଗକୁ ମୋବାଇଲ ଚାର୍ଜ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ବସଷ୍ଟାଣ୍ଡକୁ ଅଧିକ ସୁନ୍ଦର ଓ ଆକର୍ଷଣ କରିବାଲାଗି ଚତୁଃପାର୍ଶ୍ବରେ ସୁନ୍ଦର ବୃକ୍ଷ ସାଙ୍ଗକୁ ବିଭିନ୍ନ ଆଲୋକରେ ଆଲୋକିତ ହୋଇଥିଲା ନୂତନ ବସଷ୍ଟାଣ୍ଡ ।

Exit mobile version