ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଭାରତ ସରକାରଙ୍କ ଆୟୁଷ ବିଭାଗ ର ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗଡ :->  ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଏବଂ ଆୟୁଷ ବିଭାଗ ଭାରତ ସରକାର ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜିଲ୍ଲା ହୋମିଓପାଥି ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସଦର ମହକୁମା ଗୁମ୍ମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ସରକାରଙ୍କ ଅନୁମୋଦନ କ୍ରମେ ଆୟୁଷ ଯୋଜନା ମାଧ୍ୟମରେ ଉତ୍ତମ ସ୍ବାସ୍ଥ୍ୟ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଛାତ୍ର,ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା l

ସ୍ବାସ୍ଥ୍ୟ କ୍ଷେତ୍ରରେ ଶିକ୍ଷାଲାଭ କରାଇବା ନିମନ୍ତେ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଢ଼ୀ,ଡଃ ପ୍ରଦୀପ କୁମାର ପ୍ରଧାନ, ଡଃ ପୁଷ୍ପକ କୁମାର ଦିକ୍ଷିତ, ଡଃ ପୂଜାରାଣୀ ସାହୁ , ଡଃ ପ୍ରଗତୀ ସାହୁ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ପ୍ରଥମେ ଡଃ ପୁଷ୍ପକ କୁମାର ଦିକ୍ଷିତ ମହୋଦୟଙ୍କ ଦ୍ଵାରା ପରିଚୟ ପ୍ରଦାନ କରାଯାଇଥିଲା। ଏହା ପରେ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଢ଼ୀ ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଜ୍ଞାପନ କରିବା ସହ ହୋମିଓପାଥିକ ଚିକିତ୍ସା , ଯୋଗାଭ୍ୟାସ, ତଥା ଔଷଧୀୟ ବୃକ୍ଷର ଉପାଦେୟ ବିଷୟରେ ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ହୋମିୟୋକ୍ ବିଭାଗର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.

Exit mobile version