
୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଛତିଷଗଡ଼ର ମହାମହିମ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଆଜି ସନ୍ଧ୍ୟାରେ, କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମରେ ଥିବା ତାଙ୍କ ଭଉଣୀ ମୀତା ଦଳବେହେରାଙ୍କ ଘରକୁ ବୁଲିବାକୁ ଆସିଥିଲେ । ରାଜ୍ୟପାଳ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଭଉଣୀ ମୀତା ରାଜ୍ୟପାଳ ଭାଇଙ୍କୁ ଘରକୁ ପାଛୋଟି ନେଇଥିଲେ । କାଜିପାଟଣା ଗ୍ରାମର ପରଲୋକଗତ ସୁରେଶ ଦଳବେହେରାଙ୍କ ଘରକୁ ଛତିଷଗଡ଼ର ରାଜ୍ୟପାଳ ଆସୁଥିବା ଖବର ଶୁଣି ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା ।
ଗ୍ରାମର ଜନସାଧାରଣ, ମହିଳା, ଯୁବକ, ପିଲାମାନେ ରାଜ୍ୟ ପାଳଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ । ରାଜ୍ୟପାଳଙ୍କ ଗାଡ଼ି ପହଞ୍ଚିବା ମାତ୍ରେ କାଜିପାଟଣା ଗ୍ରାମର ଇଞ୍ଜିନିୟର ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସମାଜସେବୀ , ବିଜୟ କୁମାର ପାଲ ( ବିଜନି ), ବୈଦ୍ୟନାଥ ସ୍ୱାଇଁ , ରଞ୍ଜନ ପାଲ, କିଶୋର ପ୍ରଧାନ, ବୈଦ୍ୟନାଥ ସାହୁ,ସୁବାଷ ଚନ୍ଦ୍ର ସ୍ୱାଇଁ, ବ୍ରହ୍ମାନନ୍ଦ ଶତପଥୀ, ରାଜକିଶୋର ପରିଡ଼ା, ଶିବ ମହାନ୍ତି, ସୁଧାକର ସ୍ୱାଇଁ, ଶରତ ପରିଡ଼ା , ଜଗନ୍ନାଥ ନାୟକ ପ୍ରମୁଖ ସଦସ୍ୟ ମାନେ ରାଜ୍ୟପାଳ ବିଶ୍ୱ ଭୁଷଣ ହରିଚନ୍ଦନଙ୍କୁ ଉପଢୌକନ ପୁଷ୍ପ ଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ପରେ ପରେ ସ୍ଥାନୀୟ କର୍ପୋରେଟର ଲିପ୍ସା ନାୟକ, ଶଙ୍କର ନାୟକ, ଗ୍ରାମର ମହିଳା ମାନେ ରାଜ୍ୟପାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଭଉଣୀର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ରାଜ୍ୟପାଳ ବିଶ୍ୱ ଭୁଷଣ ହରିଚନ୍ଦନଙ୍କୁ ଭଣଜା ନନ୍ଦନ ଦଳବେହେରା, ଭାଣିଜୀ , ଭଣଜା ବୋହୁ ,
ନାତି ନାତୁଣୀ ମାନେ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ । ରାଜ୍ୟପାଳଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକ ସଦର ଥାନାର ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର , ଯୋନ୍-୪ ଏସିପି ଚନ୍ଦନ ଘଡେଇ, ଅତିରିକ୍ତ ଆଇଆଇସି ରୀନା ମିଶ୍ରଙ୍କ ସମେତ ସଦର ଥାନାର କର୍ମଚାରୀ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ ।
