ଗଞ୍ଜେଇ ଚାଷ ନିବୃତ୍ତ ରହିବା ପାଇଁ ଜିଲ୍ଲାପ୍ରଶାସନ ବଡ ପଦକ୍ଷେପ ` ଜୀବନମ୍ ‘ ଯୋଜନା ମାଧ୍ୟମରେ ଚେତନତା ପୁଲିସ କାର୍ଯ୍ୟକ୍ରମ

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଞ୍ଜେଇ ଚାଷରୁ ନିବୃତ ରହିବାଲାଗି ଏକ ସଚେତନତା କାର୍ଯ୍ୟକ୍ରମ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ତଥା ରା.ଉଦୟଗିରୀ ଥାନା ଅଧୀନରେ ଥିବା ଅନୁଗୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର ଠାରେ ଗଞ୍ଜେଇ ଚାଷରୁ ନିବୃତ ରହିବାଲାଗି “ଜିବନମ” ଯୋଜନା ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଉଭୟଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନ,

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାରି, ଅବକାରୀ ଅଧିକ୍ଷକ ପ୍ରଭାତ କୁମାର, ବିଡିଓ ଲୋକନାଥ ଶବର, ତହସିଲଦାର କୁରେସ ଚନ୍ଦ୍ର ଜାନୀ ପ୍ରମୁଖ ଉପସ୍ଥିତି ରହି ଏହି କାର୍ଯ୍ୟ କ୍ରମ ମାଧ୍ୟମରେ ଗଞ୍ଜେଇ ଚାଷରୁ ନିବୃତ ରହିବା, ଗଞ୍ଜେଇ ଚାଷ ନକରି ହର୍ଟକଳଚର୍, ଏଗ୍ରୀକକଳଚର୍, ମାଛ ଚାଷ କିମ୍ବା ରୋଜଗାର ନିମନ୍ତେ ସରକାର ଯୋଜନାକୁ ହାତକୁ ନେଇ କେମିତି ରୋଜଗାର କରିପାରିବା।

ଚାଷୀ ନିମନ୍ତେ ବିଭିନ୍ନ ଚାଷକାର୍ଯ୍ୟ କରିବା ପାଇଁ ପ୍ରଶାସନିକ ସହାୟତା ମିଳି ପାରିବ ବୋଲି ବୈଠକରେ ଅଞ୍ଚଳ ବାସୀଙ୍କୁ ବୁଝାଇ ସଚେତନ କରିବା ସହ ଗଞ୍ଜେଇ ପିଇବା ଦ୍ଵାରା ନିଜ ଜୀବନ, ପରିବାର ଏବଂ ସମାଜ ନଷ୍ଟ ହେଉଛି ଏବଂ ସୁସ୍ଥ ଜୀବନ ରହିବା ନିମନ୍ତେ ଏକ ନାଟ୍ୟ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରା.ଉଦୟଗିରୀ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକ ସହଯୋଗ କରିଥିଲେ।

Exit mobile version