ଆଜି ବାହୁଡା ଯାତ୍ରା ଅନୁଷ୍ଠିତ ନବଦିନ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଫେରିଛନ୍ତି ମହାପ୍ରଭୁ

ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ – ସୋନାଲି ମହାରଣା (୦୧ ଜୁଲାଇ ବୁଧବାର ) , ପୁରୀ :- ପୁରୀ ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ରେ ପ୍ରଭୁ ନଅ ଦିନ ଧରି ମାଉସୀ ମାଆ ମନ୍ଦିର ରେ ରହି ଶ୍ରୀ ଜୀଉ ଙ୍କ ପାଖରେ ପୋଡ଼ ପିଠା ଭୋଗ ଲାଗି କରାଯାଇଥିଲା । ଆଡ଼ପ ମଣ୍ଡପ ରେ ବିଜେ ହୋଇ ଥିଲେ ଜଗତକର୍ତ୍ତା ଜଗନ୍ନାଥ ସାଙ୍ଗରେ ଭାଇ ଭଉଣୀ ଙ୍କୁ ଧରି । ଆଜି ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ରୁ ବିଦାୟ ନେଇ ରଥ ରେ ଆର୍ବୀହୂତ ହୋଇ ଶ୍ରୀ ମନ୍ଦିର କୁ ଫେରିଛନ୍ତି । ଏହି କୋଭିଡ୍-୧୯ କଟକଣା ପାଳନ ସହ ସେବାୟତମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥକୁ ଗୁଣ୍ଡିଚା ମନ୍ଦିରରୁ ଟାଣି ଆଣିଛନ୍ତି ସିଂହଦ୍ୱାର ସମ୍ମୁଖକୁ ପୁରୀରେ ବିନା ଭକ୍ତରେ ମହାପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା ଦେଖିଥିବା କୋଟି କୋଟି ଜଗନ୍ନାଥପ୍ରେମୀ

ଆଜି ବାହୁଡ଼ା ଯାତ୍ରାରେ ବି ଅନୁରୂପ ଅନୁଭବ ପାଇଛନ୍ତି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କ ଯାତ୍ରାର ସିଧା ପ୍ରସାରଣ ଦେଖୁଥିବା କୋଟି କୋଟି ଭକ୍ତଙ୍କ ଭାବକୁ ଅଧିକ ଜୀବନ୍ତ କରିଛି ଚଳିତ ବର୍ଷ ର ରଥ ଯାତ୍ରା । ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ଭୋର୍ ରୁ ମଙ୍ଗଳ ଆଳତି କରାଯାଇଥିଲା । ପରେ ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ବେଶ ଅନୁଷ୍ଠିତ ହୋଇଥିଲା । ଏହାପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଅର୍ଥାତ ଖେଚୁଡ଼ି ଭୋ ହୋଇଥିଲା ।

ସକାଳ ୭ଟା ୪୫ରେ ମଙ୍ଗଳାର୍ପଣ କରାଯାଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବାକୁ ସମୟ ନିର୍ଘଣ୍ଟ ହୋଇଥିଲେ ହେଁ ୭.୨୦ରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ ଙ୍କୁ ରଥ ଉପରକୁ ବିଜେ କରାଯାଇଥିଲା ପରେ ଶ୍ରୀ ବଳଭଦ୍ର ଙ୍କୁ ତାଳଧ୍ଵଜ ରଥ କୁ ଓ ଦେବୀ ସୁଭଦ୍ରା ଙ୍କୁ ଦେବଦୋଳନ ରଥ କୁ ଶେଷରେ ମହାପ୍ରଭୁ କାଳିଆ ଠାକରଙ୍କୁ ନନ୍ଦିଘୋଷ ରଥ ଉପର କୁ ପହଣ୍ଡି କରାଯାଇଥିଲା ।

ରଥା ରୁଢ଼ ତିନି ଠାକୁର ଙ୍କ ରଥକୁ ୧୦.୩୫ ରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିଥିଲେ । ପରେ ରଥଟଣା ଆରମ୍ଭ ହୋଇଥିଲା ସୀମିତ ସେବାୟତ ନୀତି ନିୟମ ଓ ନିର୍ଦ୍ଧିଷ୍ଟ କଟକଣା କୁ ପାଳନ କରି ରଥ ଟଣା ସୁରୁଖୁରୁ ରେ ସମାପ୍ତ କରାଯାଇଛି । ବାହୁଡ଼ା ଯାତ୍ରା ଶୃଙ୍ଖଳା ର ସହକାରେ ସମ୍ପନ୍ନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସଫଳ ହୋଇଛି ।

ସୂଚନାନୁସାରେ ଜିଲ୍ଲାପାଳ ଆଜି ପୁରୀ ସହର କୁ ସମ୍ପୁର୍ଣ୍ଣ ସଟ ଡାଉନ ଘୋଷଣା କରିଥିଲେ ଏହାକୁ ସମସ୍ତ ଭକ୍ତ ପାଳନ କରିଛନ୍ତି । ପୁରୀବାସୀଙ୍କ ସହଯୋଗ , ପ୍ରଶାସନ ର ସାହାର୍ଯ୍ୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Exit mobile version