ଶିକ୍ଷା ,ସ୍ବାସ୍ଥ୍ୟ, ପାନୀୟଜଳ ଏବଂ ଗମନା ଗମନ ଉପରେ ଗୁରୁତ୍ୱାରୋପ କଲେ ଦଶପଲ୍ଲା ବିଧାୟକ

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଭା ଗୃହରେ ନୂଆଗାଁ ପଞ୍ଚାୟତ ସମିତି ର ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ ବିଡିଓ ସଚିଦାନନ୍ଦ ମିଶ୍ର ,

ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ,୧୬ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ ,କନ୍ଧମାଳ ସାଂସଦ ପ୍ରତିନିଧି ବିଜୟ କୁମାର ଶାସମଲ ଯୋଗଦେଇଥିଲେ । କୃଷି,ରାସ୍ତା ,ଉଦ୍ୟାନ ,ଜଙ୍ଗଲ,ସ୍ୱାସ୍ଥ୍ୟ ,ଶିକ୍ଷା,ରାସନ ଉପରେ ସବିଶେଷ ଆଲୋଚନା କରଯାଇଥିଲା । ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଓ ଗମନାଗମନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା । ଗ୍ରାମାଞ୍ଚଳରେ ବିଦୂତ ବାରମ୍ବାର କଟିବାକୁ ନେଇ ଉପୁଜିଥିବା ଜନଅସନ୍ତୋଷ ଉପରେ ଆଲୋଚନା କରଯାଇଥିଲା । ଏହି ଅଧିବେଶନରେ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version