ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସଭାପତି । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତି

ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର ) ଭୁବନେଶ୍ୱର :- ଭୁବନେଶ୍ୱର ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସଭାପତି । ଦଳରେ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି ସଭାପତି । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତି ହୋଇଛନ୍ତି ।

ବରିଷ୍ଠ ଉପସଭାପତି
ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁରଙ୍କୁ ବରିଷ୍ଠ ଉପସଭାପତି ପଦରେ ନିଯୁକ୍ତି ମିଳିଛି ।

ଉପସଭାପତି
ମଙ୍ଗଳା କିଷାନ, ସୌମ୍ୟରଂଜନ ପଟ୍ଟନାୟକ, ଦେବୀ ମିଶ୍ର ନିଯୁକ୍ତ, ବିକ୍ରମ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ କୁମାର ଅମାତ ଏବଂ ପଦ୍ମନାଭ ବେହେରା ନିଯୁକ୍ତି ପାଇଥିବା ବେଳେ ସଂଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ମୁଖ୍ୟାଳୟ ଭାବେ ନିଯୁକ୍ତି ଦିଆଯାଇଛି ।

ପ୍ରଥମ ଥର ପାଇଁ ବିଜେଡିର ୯ ଉପସଭାପତିଙ୍କୁ ବିଭିନ୍ନ ଦାୟିତ୍ୱ ମିଳିଛି ।

ମଙ୍ଗଳା କିଷାନଙ୍କୁ ଜନଜାତି ସଶକ୍ତୀକରଣ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ମିଳିଥିବା ବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ୱ ମିଳିଛି । ଦେବୀ ମିଶ୍ରଙ୍କୁ ଓଡ଼ିଶା ମୋ ପରିବାର ଦାୟିତ୍ୱ,ବିକ୍ରମ ଆରୁଖ – ପରିବେଶ ଦାୟିତ୍ୱ ଦେଇଛି ଦଳ । ସେହିଭଳି ଉଷା ଦେବୀଙ୍କୁ ସାମାଜିକ ମଙ୍ଗଳ, ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତୀକରଣ, ବଦ୍ରି ପାତ୍ରଙ୍କୁ ଆଞ୍ଚଳିକ ଉନ୍ନୟନ, ପ୍ରଦୀପ ଅମାତଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଓ ପଦ୍ମନାଭ ବେହେରାଙ୍କୁ ତଫସିଲଭୁକ୍ତ ଜାତି ସଶକ୍ତୀକରଣ ଦାୟିତ୍ୱ ମିଳିଛି ।

Exit mobile version