ଆଦର୍ଶ ଶିକ୍ଷକ ଦେବେନ୍ଦ୍ରଙ୍କ ବିୟୋଗରେ ମରଣୋତ୍ତର ଉପାଧି ପଦକ ଧର୍ମପ୍ରତ୍ନୀ ଗ୍ରହଣକଲେ

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ବିଜେ ବାମନକ୍ଷେତ୍ର, ଉରାଳୀ ଠାରେ ଆଦର୍ଶ ଶିକ୍ଷକ ଦେବେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଏକାଦଶାହରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସହିତ ମରଣୋତ୍ତର ଉପାଧି ସମ୍ବର୍ଦ୍ଧନା ସଭା ମଙ୍ଗଳବାର ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା । ସ୍ବର୍ଗତ ଦେବେନ୍ଦ୍ର ପ୍ରସାଦ ମହାନ୍ତି ଜଣେ ଏ ଅଞ୍ଚଳର ଆଦର୍ଶ ଶିକ୍ଷକ ଥିଲେ । ଉରାଳୀ ନୋଡାଲ ସ୍କୁଲ୍ ରେ ଦେବେନ୍ଦ୍ର ଦୀର୍ଘ ବର୍ଷ ଶିକ୍ଷକତା ପରେ ଅବସର ଗ୍ରହଣ କରିଥିଲେ। ସେ ତା ୦୭-୦୮-୨୩ ରିଖ (ସୋମବାର) ଦିନ ଇହଲୀଳା ସମ୍ବରଣ କରିଥିଲେ।

ସେ ଜଣେ ଛାତ୍ରବତ୍ସଳତା, କର୍ମଯୋଗୀ, ଆଦର୍ଶ ଶିକ୍ଷକ ରୂପେ ପରିଚିତ ଥିଲେ। ଦେବେନ୍ଦ୍ରଙ୍କ କର୍ମମୟ ଜୀବନକୁ ଚିରସ୍ମରଣୀୟ କରିବାପାଇଁ *ଭାଗୋଜୀ ସିନ୍ଧେ ସାଇ ପରିବାର (ଶ୍ରୀ ଶିରିଡ଼ି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟ) ପକ୍ଷରୁ କର୍ମଯୋଗୀ ନାମରେ ମରଣୋତ୍ତର ଉପାଧି ପଦକ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ରଞ୍ଜନ କୁମାର ପାତ୍ରଙ୍କ କରକମଳରେ କର୍ମଯୋଗୀ ସ୍ବର୍ଗତ ଦେବେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରଭାତୀ ମହାନ୍ତି ଙ୍କୁ ହସ୍ତାନ୍ତର କରିଥିଲେ। ଏହି ସଭାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଟ୍ରଷ୍ଟବୋର୍ଡ ର ସମସ୍ତ ସଦସ୍ୟ, ପୁରାତନ ଛାତ୍ର, ଅଞ୍ଚଳବାସୀ, ବନ୍ଧୁ ଓ ଶୋକସନ୍ତପ୍ତ ପରିବାର ଉପସ୍ଥିତ ଥିଲେ।

Exit mobile version