ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ – କହିଲେ, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର

୨୨ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନାଚୁଣୀ :-> ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଆଜି ଚିଲିକା ନାଚୁଣୀ ଗୋଦାବରୀଶ ବିଦ୍ୟାଳୟ ଖେଳ ପଡିଆରେ ଭିକେ ପାଣ୍ଡିଆନ ଜନ ସମୁଦ୍ରକୁ ଉଦବୋଧନ ଦେଇଛନ୍ତି । ଚିଲିକା ଅଞ୍ଚଳର ଲୋକଙ୍କ ସହ ମିଶିବା ସହିତ ମହିଳାମାନଙ୍କ ସହିତ ଆଲୋଚନା କରିଛନ୍ତି ।

ସେ ତାଙ୍କ ଭାଷଣ ମାଧ୍ୟମରେ ଚିଲିକା ନିର୍ବାଚନ ମଣ୍ଡଳିର ବିକାଶ ଚିତ୍ର ଉପସ୍ଥାପନା କରିଛନ୍ତି । ସେ ମଞ୍ଚ ଉପରକୁ ଯାଇ ପ୍ରଥମେ ହାତ ହଲାଇ ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର ବୋଲି କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ ।ସେ କହିଥିଲେ ଯେ, ଆପଣ ମାନେ ବହୁତ ଆଗରୁ ଆସିଯାଇଛନ୍ତି ବୋଲି ଜାଣିବାକୁ ପାଇଲି।

ସେଥିପାଇଁ ଧନ୍ୟବାଦ। ଆପଣମାନଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି। ଆପଣମାନେ ମୋତେ ୩୭୦ଟି ଦରଖାସ୍ତ ଦେଇଛନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବି। ପ୍ରଥମେ ଚାଷୀମାନଙ୍କ ସମସ୍ୟା ଗୁରୁତ୍ୱ ଦିଆଯିବ। କାରଣ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଭଲ ପାଆନ୍ତି। ସେମାନଙ୍କୁ ସବୁବେଳେ ସଶକ୍ତ କରିବାକୁ ଚାହାଁନ୍ତି ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟ ସେଣ୍ଟର ଉନ୍ନତି ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି, ଆଜିଠାରୁ ୭ ଦିନ ଅର୍ଥାତ ଆସନ୍ତା ୨୯ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଖୁସି ଖବର ଦେବେ। ଟଙ୍କା ଅନୁମୋଦନ କରିବେ। ଏହା ଆପଣମାନଙ୍କ ଟଙ୍କା, ଏହାକୁ ସ୍ୱଛତା ସହ କାମରେ ଲଗାନ୍ତୁ, ତାହାହେଲେ ଆହୁରି ଟଙ୍କା ମିଳିବ, ଭଲ କାମ ନ କଲେ ଆଉ ଟଙ୍କା ମିଳିବନି ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ଯେଉଁମାନେ ପିଇବା ପାଣି ଅସୁବିଧା ପାଇଁ ଦରଖାସ୍ତ ଦେଇଛନ୍ତି, କାଲି ସକାଳେ ସୁଦ୍ଧା ସେମାନଙ୍କ ଗାଁକୁ ଯନ୍ତ୍ରୀ ଯିବେ। ଦୁଇ ଦିନ ଭିତରେ ସେ ସମସ୍ୟାର ସମାଧାନ ହେବ। ମୁଖ୍ୟମନ୍ତ୍ରୀ ଆପଣ ଅଞ୍ଚଳ ପାଇଁ, ବାଣପୁର ବ୍ଲକ ଓ ଚିଲିକା ବ୍ଲକର ସବୁ ଗାଁ ଓ ଘରେ ପାଇପ ଯୋଗେ ପାଣି ପାଇଁ ୨୨୦ କୋଟି ଅନୁମୋଦନ କରିଛନ୍ତି ବୋଲି ପାଣ୍ଡିଆନ ଅବଗତ କରାଇଥିଲେ।

ସେ କହିଥିଲେ ଯେ, ବାଣପୁର ନୂଆ ସିଏଚସି ପାଇଁ ୨ କୋଟି ଟଙ୍କା ଦିଆଯାଇଛି। କାମ ଦୁଇ ମାସ ମଧ୍ୟରେ ସରିବ। ସେହିପରି ବାଣପୁର ଏନଏସି ପାଇଁ ୯ କୋଟି ଓ ବାଲୁଗାଁ ଏନଏସି ପାଇଁ ୭ କୋଟି ବ୍ୟୟରେ ପିଇବା ପାଣି ବ୍ୟବସ୍ଥା ହୋଇଛି। ସେତିକି ନୁହେଁ ବାଲୁଗାଁ ଓ ବାଣପୁର ଏନଏସିରେ ବିଜୁ ପଟ୍ଟନାୟକ ଇନଣ୍ଡୋର ଷ୍ଟାଡିୟମ ଏହି ମାସରେ ସରିବ ବୋଲି ପାଣ୍ଡିଆନ କହିଥିଲେ।

ସେ ଆହୁରି କହିଥିଲେ ଯେ, ମତ୍ସ୍ୟଜୀବୀମାନଙ୍କ ପାଇଁ ସୋରଣରେ ୧୮ କୋଟି ଟଙ୍କା ବ୍ୟୟରେ ଫିସ ଲ୍ୟାଣ୍ଡିଂ ସେଣ୍ଟର କାମ ହେଉଛି। ତାହା ଖୁବ ଶିଘ୍ର ସରିବ। ମାଆ ଭଗବତୀ ମନ୍ଦିର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ୧୯ କୋଟି ଅନୁଦାନ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ଆସନ୍ତା ଆଠ ମାସରେ ମଧ୍ୟରେ କାମ ଶେଷ ହେବ ବୋଲି ସେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି।

 

ସେ ସରକାରଙ୍କ ମିଶନ ଶକ୍ତି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ଲୋକଙ୍କୁ ଅବଗତ କରାଇଥିଲେ। ଚିଲିକାରେ ମିଶନ ଶକ୍ତି ମାଆ ମାନଙ୍କୁ କେତେ ଘର ଦିଆଯାଇଛି, କଣ କାମ ହେଉଛି ତାହାର ସମୀକ୍ଷା କରାଯିବ ବୋଲି ସେ କହିଥିଲେ। ଖୁବ ଶିଘ୍ର ଈଝକଣ କାର୍ଡର ଦ୍ଵିତୀୟ ପର୍ଯ୍ୟାୟ ବଣ୍ଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିବେ। ଏହା ଏକ ଯୁଗାନ୍ତକାରୀ ଯୋଜନା ବୋଲି ସେ କହିଥିଲେ। ଆପଣମାନେ ଏତେ ଖରାରେ ବସିଥିବାରୁ ବହୁତ ଧନ୍ୟବାଦ କହି ପାଣ୍ଡିଆନ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ।

Exit mobile version