ଜୁନିଅର ରେଡ଼କ୍ରସର ଏକ ଦିବସୀୟ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର

୨୧ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ବଡ଼ପଦା  ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ପଦା ଠାରେ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ଏକ ଦିବସୀୟ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦେଶକ୍ରମେ ନୂଆଗଡ ବ୍ଲକର 17 ଟି ମାଧ୍ୟମିକ ବିଦ୍ୟାଳୟର ବିଷୟଭିତିକ ଶିକ୍ଷକ 17 ଜଣ ଅଂଶ ଗ୍ରହଣ କରିଥିଲେ I

ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିଲା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ବଳରାମ ଗମାଙ୍ଗ ସଭାପତି ରୂପେ ଆସନ ଗ୍ରହଣ କରିଥିଲେ I JRCO ଶ୍ରୀ ସଂଜୀବ କୁମାର ଦାସ, ଜିଲ୍ଲା ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ ଓ ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସର ପରାମର୍ଶଦାତା ମାନଙ୍କର ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ଶିକ୍ଷା ଦାନ କରିଥିଲେ I

Exit mobile version